ରାଜ୍ୟରେ ଗତ 24 ଘଣ୍ଚାରେ ଚିହ୍ନଟ ହେଲେ ଆଉ 356 କରୋନା ଆକ୍ରାନ୍ତ, 3 ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 356 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 199 ଏବଂ 157 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 356 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 199 ଏବଂ 157 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 25 ହଜାର 861କୁ ବୃଦ୍ଧି ପାଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 29 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 35, ଖୋର୍ଦ୍ଧାରୁ 41, ପୁରୀରୁ 20, କଟକରୁ 19, ନୂଆପଡ଼ାରୁ 18, ଝାରସୁଗୁଡା ଓ କେନ୍ଦୁଝରରୁ 6ଜଣ ଲେଖାଏଁ, ବଲାଙ୍ଗୀରରୁ 10, ବାଲେଶ୍ୱରରୁ 26, ମୟୁରଭଞ୍ଜରୁ 29, ଯାଜପୁର ଓ କେନ୍ଦ୍ରାପଡ଼ାରୁ 9ଜଣ ଲେଖାଏଁ, ସମ୍ବଲପୁରରୁ 25ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 18th December
New Positive Cases: 356
In quarantine: 199
Local contacts: 157(Details of local contacts will be shared by concerned District Administration)
District Wise Cases:
1. Angul: 29
— I & PR Department, Odisha (@IPR_Odisha) December 19, 2020
2. Balasore: 26
3. Bargarh: 17
4. Bhadrak: 7
5. Balangir: 10
ସୋନପୁର, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ, ଗଞ୍ଜାମରୁ 4, ଜଗତସିଂପୁରରୁ 13, କଳାହାଣ୍ଡିରୁ 7, ଗଜପତି ଓ ନୟାଗଡ଼ରୁ 2ଜଣ ଲେଖାଏଁ, ବରଗଡ଼ରୁ 17, ନବରଙ୍ଗପୁରରୁ 3, ରାୟଗଡ଼ାରୁ 4, ଭଦ୍ରକରୁ 7 ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 3ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 20ହଜାର 947ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3029 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications