ରାଜ୍ୟରେ ଗତ 24 ଘଣ୍ଚାରେ ଚିହ୍ନଟ ହେଲେ ଆଉ 358 କରୋନା ଆକ୍ରାନ୍ତ, 4 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 358 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 208 ଏବଂ 150 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 358 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 208 ଏବଂ 150 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 25 ହଜାର 505କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 29, ଖୋର୍ଦ୍ଧାରୁ 36, କଟକରୁ 28, ନୂଆପଡ଼ାରୁ 26, କେନ୍ଦୁଝର ଓ କୋରାପୁଟରୁ 8ଜଣ ଲେଖାଏଁ, ବଲାଙ୍ଗୀରରୁ 13, ବାଲେଶ୍ୱରରୁ 35, ମୟୁରଭଞ୍ଜରୁ 17, ଯାଜପୁରରୁ 15, କେନ୍ଦ୍ରାପଡ଼ାରୁ 11, ଝାରସୁଗୁଡାରୁ 6, ସମ୍ବଲପୁରରୁ 21ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ଢେଙ୍କାନାଳ ଓ ଗଞ୍ଜାମରୁ 5ଜଣ ଲେଖାଏଁ, ଜଗତସିଂପୁର, କଳାହାଣ୍ଡି, ଗଜପତି ଓ ଦେବଗଡରୁ 4ଜଣ ଲେଖାଏଁ, ବରଗଡ଼ରୁ 7, ମାଲକାନାଗିରିରୁ 2, ନବରଙ୍ଗପୁରରୁ 6, ସୋନପୁର, ରାୟଗଡ଼ା, ପୁରୀ, ନୟାଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 9 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟାରେ 4ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 20ହଜାର 584ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3039 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+