ରାଜ୍ୟରେ ଦେଢଶହ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 134 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 134 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 79 ଜଣ ସଙ୍ଗରୋଧ ଗୃହରୁ ଏବଂ 55 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ ଦେଢ ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 134 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 79 ଜଣ ସଙ୍ଗରୋଧ ଗୃହରୁ ଏବଂ 55 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 33ହଜାର 444 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 25 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ 19, ପୁରୀରୁ 16, ଝାରସୁଗୁଡ଼ାରୁ 12, ନୂଆପଡ଼ାରୁ 11ଜଣ, ବାଲେଶ୍ୱରରୁ 9, ଯାଜପୁରରୁ 7, ବରଗଡ଼ ଓ ବଲାଙ୍ଗୀରରୁ 3 ଜଣ ଲେଖାଏଁ, ଅନୁଗୁଳ ଓ ଖୋର୍ଦ୍ଧାରୁ 5ଝଣ ଲେଖାଏଁ, ମୟୁରଭଞ୍ଜରୁ 4, କେନ୍ଦୁଝରରୁ 3ଜଣ, ନୟାଗଡ଼, ସୋନପୁର, କଟକ ଓ ବୌଦ୍ଧରୁ 2ଜଣ ଲେଖାଏଁ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଜଗତସିଂପୁର, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 546 ଜଣ ସୁସ୍ଥ ହୋଇଛନ୍ତି ଏବଂ 1944 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+