ଗତ 24 ଘଣ୍ଟାରେ 351 କରୋନା ଆକ୍ରାନ୍ତ ଚିହ୍ନଟ : 5ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ 351 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 203 ଏବଂ 148 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ 351 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 203 ଏବଂ 148 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 25 ହଜାର 147କୁ ବୃଦ୍ଧି ପାଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 62, ଖୋର୍ଦ୍ଧାରୁ 52, କଟକରୁ 27, ନୂଆପଡ଼ାରୁ 21, କେନ୍ଦୁଝରରୁ 8, ବଲାଙ୍ଗୀରରୁ 10, ବାଲେଶ୍ୱରରୁ 17, ମୟୁରଭଞ୍ଜରୁ 17, ଯାଜପୁରରୁ 6, କେନ୍ଦ୍ରାପଡ଼ାରୁ 9, ଝାରସୁଗୁଡାରୁ 11, କଳାହାଣ୍ଡିରୁ 3, ଜଗତସିଂପୁରରୁ 8, ସମ୍ବଲପୁରରୁ 26ଜଣ, ପୁରୀରୁ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 16th December
New Positive Cases: 351
In quarantine: 203
Local contacts: 148(Details of local contacts will be shared by concerned District Administration)
District Wise Cases:
1. Angul: 41
— I & PR Department, Odisha (@IPR_Odisha) December 17, 2020
2. Balasore: 17
3. Bargarh: 8
4. Bhadrak: 5
5. Balangir: 10
ଢେଙ୍କାନାଳରୁ 3, ବୌଦ୍ଧ, ଗଞ୍ଜାମ ଓ ଦେବଗଡରୁ 2ଜଣ ଲେଖାଏଁ, ଗଜପତି 6, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ, ବରଗଡ଼ରୁ 8, ଭଦ୍ରକରୁ 5ଜଣ, ମାଲକାନାଗିରିରୁ 2, ନବରଙ୍ଗପୁରରୁ 6, କନ୍ଧମାଳ ଓ ସୋନପୁପରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ 5ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 20ହଜାର 208ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3061 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications