ଗତ 24 ଘଣ୍ଟାରେ ରାଜ୍ୟରେ 644 କରୋନା ସଂକ୍ରମିତ ଚିହ୍ନଟ, 17 ମୃତ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 644 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 371 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 273 ଜଣ ବୋଲି ସୂଚାନୋ ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 644 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 371 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 273 ଜଣ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 73, ସୁନ୍ଦରଗଡ଼ରୁ 62, ମୟୁରଭଞ୍ଜରୁ 59, କଟକରୁ 38, କେନ୍ଦୁଝରରୁ 37,ବଲାଙ୍ଗୀରରୁ 32, ଅନୁଗୁଳରୁ 29, ବାଲେଶ୍ୱରରୁ 13, ଜଗତସିଂପୁରରୁ 27, ବରଗଡରୁ 14, କେନ୍ଦ୍ରାପଡାରୁ 29, ପୁରୀରୁ 34, ଢେଙ୍କାନାଳରୁ 6, ସମ୍ବଲପୁରରୁ 15, ଯାଜପୁରରୁ 17, କଳାହାଣ୍ଡିରୁ 15, ଗଞ୍ଜାମରୁ 7, ଭଦ୍ରକରୁ 19, କୋରାପୁଟରୁ 1, ନବରଙ୍ଗପୁରରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ସେହିପରି କନ୍ଧମାଳରୁ 5, ଝାରସୁଗୁଡାରୁ 26, ଦେବଗଡରୁ 3, ନୂଆପଡ଼ା ଓ ନୟାଗଡ଼ରୁ 9ଜଣ ଲେଖାଏଁ, ସୋନପୁରରୁ 10, ରାୟଗଡାରୁ 1, ମାଲକାନାଗିରିରୁ 16, ଗଜପତିରୁ 3, ବୌଦ୍ଧରୁ 3 ଜଣ ଏବଂ ରାଜ୍ୟ ପୁଲରୁ 17ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 10 ହଜାର 052ରେ ପହଞ୍ଚିଛି |
Regret to inform the demise of seventeen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 17, 2020
1.A 56-year-old male of Bargarh district who was also suffering from Diabetes Mellitus.
2.A 55-year-old male of Bhadrak district.
3.A 60-year-old male of Bhubaneswar.
ଅପରପକ୍ଷରେ ରାଜ୍ୟରେ ଆଜି 17 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 2ଲକ୍ଷ 99 ହଜାର 159 ହୋଇଛି | ବର୍ତ୍ତମାନ ଓଡ଼ିଶାରେ 9ହଜାର 280 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications