କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 407 ଆକ୍ରାନ୍ତ ଚିହ୍ନଟ, 5 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 407 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 236 ଏବଂ 171 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ 407 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 236 ଏବଂ 171 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 24 ହଜାର 796କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ 60 ସର୍ବାଧିକ 44 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 62, ଖୋର୍ଦ୍ଧାରୁ 46, କଟକରୁ 25, ନୂଆପଡ଼ାରୁ 8, କେନ୍ଦୁଝରରୁ 6, ବଲାଙ୍ଗୀରରୁ 20, ବାଲେଶ୍ୱରରୁ 14, ମୟୁରଭଞ୍ଜରୁ 24, ଯାଜପୁରରୁ 8, କେନ୍ଦ୍ରାପଡ଼ାରୁ 9, ଝାରସୁଗୁଡାରୁ 7, କଳାହାଣ୍ଡିରୁ 6, ଜଗତସିଂପୁରରୁ 6, ସମ୍ବଲପୁରରୁ 26ଜଣ, ପୁରୀରୁ 18 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ଢେଙ୍କାନାଳରୁ 2, ଗଞ୍ଜାମରୁ 7, ଗଜପତି 6, କୋରାପୁଟରୁ 7, ନୟାଗଡ଼ରୁ 2, ବରଗଡ଼ରୁ 17, ଭଦ୍ରକରୁ 4ଜଣ, ମାଲକାନାଗିରିରୁ 4, ଦେବଗଡରୁ 1, ନବରଙ୍ଗପୁରରୁ 2, ରାୟଗଡାରୁ 1, ବୌଦ୍ଧ ଓ କନ୍ଧମାଳରୁ ଜଣେ ଏବଂ ରାଜ୍ୟ ପୁଲରୁ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ 5ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 19ହଜାର 850ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3073 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+