ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା, ଗତକାଲି 749 ସଂକ୍ରମିତ
ଗତକାଲି ରାଜ୍ୟରେ ମୋଟ 749 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 437 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 312 ଜଣ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି | ଗତକାଲି ରାଜ୍ୟରେ ମୋଟ 749 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 437 ଜଣ ଏବଂ ସ୍ଥାନୀୟ ସଂକ୍ରମିତ 312 ଜଣ ଅଛନ୍ତି |

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 88, ମୟୁରଭଞ୍ଜରୁ 78, ଜଗତସିଂପୁରରୁ 48, ସୁନ୍ଦରଗଡ଼ ଏବଂ ଅନୁଗୁଳରୁ 45 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 9 ହଜାର 108ରେ ପହଞ୍ଚିଛି |
Covid-19 Report For 15th November
New Positive Cases: 749
In quarantine: 437
Local contacts: 312(Details of local contacts will be shared by concerned District Administration)
District Wise Cases:
1. Angul: 45
— I & PR Department, Odisha (@IPR_Odisha) November 16, 2020
2. Balasore: 38
3. Bargarh: 24
4. Bhadrak: 15
5. Balangir: 24
Regret to inform the demise of Sixteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 16, 2020
1.A 65-year-old male of Bargarh district who was also suffering from Hypertension.
2.A 24-year-old female of Bargarh district.
ଅପରପକ୍ଷରେ ରାଜ୍ୟରେ ଆଜି 16 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି | ଏଥି ସହିତ ଗତକାଲି 1346 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 2ଲକ୍ଷ 97 ହଜାର 862 ହେଇଛି | ବର୍ତ୍ତମାନ ଓଡ଼ିଶାରେ 9ହଜାର 950 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications