କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 300 ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 300 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 174 ଏବଂ 126 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ 300 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ 174 ଏବଂ 126 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 24 ହଜାର 389କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 44 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 34, ଖୋର୍ଦ୍ଧାରୁ 36, କଟକରୁ 20, ନୂଆପଡ଼ାରୁ 11, କେନ୍ଦୁଝରରୁ 2, ବଲାଙ୍ଗୀରରୁ 12, ବାଲେଶ୍ୱରରୁ 14, ମୟୁରଭଞ୍ଜରୁ 17, ଯାଜପୁରରୁ 7, କେନ୍ଦ୍ରାପଡ଼ାରୁ 11, ଝାରସୁଗୁଡାରୁ 3, କଳାହାଣ୍ଡିରୁ 6, ଜଗତସିଂପୁରରୁ 11, ସମ୍ବଲପୁରରୁ 15ଜଣ , ପୁରୀରୁ 19 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ଢେଙ୍କାନାଳରି 3, ସୋନପୁରରୁ ଜଣେ, ଗଞ୍ଜାମରୁ 4, ଗଜପତି 2, କୋରାପୁଟରୁ 4, ନୟାଗଡ଼ରୁ 1, ବରଗଡ଼ରୁ 11, ଭଦ୍ରକରୁ 1ଜଣ, ମାଲକାନାଗିରିରୁ 2, ଦେବଗଡରୁ 1, ନବରଙ୍ଗପୁରରୁ 2, ରାୟଗଡାରୁ 1 ଏବଂ ରାଜ୍ୟ ପୁଲରୁ 9 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 19ହଜାର 458ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3063 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+