କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 332 ଆକ୍ରାନ୍ତ ଚିହ୍ନଟ, 4 ମୃତ

ସେମାନଙ୍କ ମଧ୍ୟରୁ 189 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 143 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 24 ହଜାର 89କୁ ବୃଦ୍ଧି ପାଇଛି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 332 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 189 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 143 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 24 ହଜାର 89କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 51ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 29, ଅନୁଗୁଳରୁ 35, କଟକରୁ 27, ନୂଆପଡ଼ାରୁ 11, କେନ୍ଦୁଝରରୁ 10, ବଲାଙ୍ଗୀରରୁ 10, ବାଲେଶ୍ୱରରୁ 11, ମୟୁରଭଞ୍ଜରୁ 22, ଯାଜପୁରରୁ 9, କେନ୍ଦ୍ରାପଡ଼ାରୁ 8, ଝାରସୁଗୁଡାରୁ 11, କଳାହାଣ୍ଡିରୁ 7, ଜଗତସିଂପୁରରୁ 7, ସମ୍ବଲପୁରରୁ 11ଜଣ , ପୁରୀରୁ 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

ଢେଙ୍କାନାଳ ଓ ସୋନପୁରରୁ ଜଣେ ଲେଖାଏଁ, ଗଞ୍ଜାମରୁ 8, ଗଜପତି 2, କୋରାପୁଟରୁ 3, ନୟାଗଡ଼ରୁ 2, ବରଗଡ଼ରୁ 15, ଭଦ୍ରକରୁ 5ଜଣ, ମାଲକାନାଗିରିରୁ 2, ଦେବଗଡରୁ 2, ନବରଙ୍ଗପୁରରୁ 3, ରାୟଗଡାରୁ 3 ଏବଂ ରାଜ୍ୟ ପୁଲରୁ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 4ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 19ହଜାର 69ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3156 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+