For Quick Alerts
Turn On Notification  
For Daily Alerts
Oneindia App Download

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 210 ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 210 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 122 ଜଣ ସଙ୍ଗରୋଧ ଗୃହରୁ ଏବଂ 88 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

|

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କ୍ରମାଗତ ଭାବେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 210 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 122 ଜଣ ସଙ୍ଗରୋଧ ଗୃହରୁ ଏବଂ 88 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 32ହଜାର 541 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

corona-virus

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 30 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ 24, ସମ୍ବଲପୁରରୁ 16, କଟକରୁ 14, ଖୋର୍ଦ୍ଧା ଓ ଝାରସୁଗୁଡ଼ାରୁ 13 ଜଣ ଲେଖାଏଁ, ପୁରୀରୁ 10, ବାଲେଶ୍ୱର ଓ ଯାଜପୁରରୁ 9ଜଣ ଲେଖାଏଁ, ବରଗଡ଼, ମୟୁରଭଞ୍ଜ ଓ ମାଲକାନାଗିରିରୁ 8ଜଣ ଲେଖାଏଁ, ରାୟଗଡ଼ା ଓ ବଲାଙ୍ଗୀରରୁ 7ଜଣ ଲେଖାଏଁ, ନୂଆପଡ଼ା ଓ ଗଜପତିରୁ 5ଜଣ ଲେଖାଏଁ, ନୟାଗଡ଼, ଗଞ୍ଜାମ, କଳାହାଣ୍ଡି ଓ ଜଗତସିଂପୁରରୁ 4 , କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକରୁ 2ଜଣ ଲେଖାଏଁ, ସୋନପୁର, କେନ୍ଦୁଝର ଓ ଦେବଗଡ଼ରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 28ହଜାର 152 ଜଣ ସୁସ୍ଥ ହୋଇଛନ୍ତି ଏବଂ 2141 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Aa many as 210 people of Odisha tested covid positive in last 24 hours.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X