ରାଜ୍ୟରେ କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4 ହଜାର 852 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ରାଜ୍ୟରେ ଆଉ 47 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ କରୋନାଜନିତ ମୃତ୍ୟ ସଂଖ୍ୟା କମିବାର ନାଁ ନେଉନାହିଁ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4 ହଜାର 852 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 2765 ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 2087 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

corona-virus

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଅନୁଗୁଳରୁ 275 ଜଣ, ବାଲେଶ୍ୱରରୁ 364 ଜଣ, ବରଗଡ଼ରୁ 61 ଜଣ, ଭଦ୍ରକରୁ 222 ଜଣ, ବଲାଙ୍ଗୀରରୁ 31 ଜଣ, ବୌଦ୍ଧରୁ 57 ଜଣ, କଟକରୁ 505 ଜଣ, ଦେବଗଡ଼ରୁ 20 ଜଣ, ଢେଙ୍କାନାଳରୁ 150 ଜଣ, ଗଜପତିରୁ 48 ଜଣ, ଗଞ୍ଜାମରୁ 40 ଜଣ, ଜଗତସିଂହପୁରରୁ 180 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଯାଜପୁରରୁ 382 ଜଣ, ଝାରସୁଗୁଡ଼ାରୁ 16 ଜଣ, କଳାହାଣ୍ଡିରୁ 60 ଜଣ, କନ୍ଧମାଳରୁ 83 ଜଣ, କେନ୍ଦ୍ରାପଡ଼ାରୁ 287 ଜଣ, କେନ୍ଦୁଝରରୁ 96 ଜଣ, କୋରାପୁଟରୁ 88 ଜଣ, ମାଲକାନଗିରିରୁ 89 ଜଣ, ମୟୁରଭଞ୍ଜରୁ 210 ଜଣ, ନବରଙ୍ଗପୁରରୁ 108 ଜଣ, ନୟାଗଡ଼ରୁ 136 ଜଣ, ନୂଆପଡ଼ାରୁ 22 ଜଣ, ପୁରୀରୁ 237 ଜଣ, ରାୟଗଡ଼ାରୁ 105 ଜଣ, ସମ୍ୱଲପୁରରୁ 41 ଜଣ, ସୋନପୁରରୁ 35 ଜଣ, ସୁନ୍ଦରଗଡ଼ରୁ 157 ଜଣ ଓ ଷ୍ଟେଟ ପୁଲରୁ 98 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ 8 ଲକ୍ଷ 47 ହଜାର 313 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 7 ଲକ୍ଷ 81 ହଜାର 488 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ରାଜ୍ୟରେ 62 ହଜାର 515 ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଅପରପକ୍ଷରେ ରାଜ୍ୟରେ ଆଉ 47 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6 ଜଣ, କଟକରୁ 5, ଅନୁଗୁଳ ଓ ବରଗଡ଼ରୁ 4 ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଏବଂ ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+