କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 335 ଆକ୍ରାନ୍ତ ଚିହ୍ନଟ, 4 ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ 335 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 193 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 142 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 335 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 193 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 142 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 23 ହଜାର 364କୁ ବୃଦ୍ଧି ପାଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 52ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 31, ଅନୁଗୁଳରୁ 25, କଟକରୁ 20, ନୂଆପଡ଼ାରୁ 7, କେନ୍ଦୁଝରରୁ 14, ବଲାଙ୍ଗୀରରୁ 11, ବାଲେଶ୍ୱରରୁ 26, ମୟୁରଭଞ୍ଜରୁ 29, ଯାଜପୁରରୁ 9, କେନ୍ଦ୍ରାପଡ଼ାରୁ 5, ଝାରସୁଗୁଡାରୁ 25, କଳାହାଣ୍ଡିରୁ 2, ଜଗତସିଂପୁରରୁ 7, ସମ୍ବଲପୁରରୁ 10ଜଣ , ପୁରୀରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 11th December
New Positive Cases: 335
In quarantine: 193
Local contacts: 142(Details of local contacts will be shared by concerned District Administration)
District Wise Cases:
1. Angul: 25
— I & PR Department, Odisha (@IPR_Odisha) December 12, 2020
2. Balasore: 26
3. Bargarh: 8
4. Bhadrak: 8
5. Balangir: 11
କନ୍ଧମାଳରୁ 1, ଢେଙ୍କାନାଳରୁ 5, ଗଞ୍ଜାମରୁ 7, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ, ବରଗଡ଼ ଓ ଭଦ୍ରକରୁ 8ଜଣ ଲେଖାଏଁ, ମାଲକାନାଗିରିରୁ 2, ଦେବଗଡରୁ 1, ନବରଙ୍ଗପୁରରୁ 4, ରାୟଗଡାରୁ 2, ବୌଦ୍ଧରୁ ଜଣେ ଏବଂ ରାଜ୍ୟ ପୁଲରୁ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 4ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 18ହଜାର 278ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3231 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications