କରୋନା ଅପଡେଟ୍ : ଗତ 24 ଘଣ୍ଟାରେ 387 ଆକ୍ରାନ୍ତ ଚିହ୍ନଟ, 4 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ 387 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 220 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 167 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 23 ହଜାର 29କୁ ବୃଦ୍ଧି ପାଇଛି |

ଭୁବନେଶ୍ୱର : ଗତ 24 ଘଣ୍ଟାରେ ରାଜ୍ୟରେ 387 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 220 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 167 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 23 ହଜାର 29କୁ ବୃଦ୍ଧି ପାଇଛି |

corona-virus

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ 51, ଅନୁଗୁଳରୁ 27, କଟକରୁ 19, ନୂଆପଡ଼ାରୁ 13, କେନ୍ଦୁଝରରୁ 3, ବଲାଙ୍ଗୀରରୁ 16, ବାଲେଶ୍ୱରରୁ 16, ମୟୁରଭଞ୍ଜରୁ 23, ଯାଜପୁରରୁ 9, କେନ୍ଦ୍ରାପଡ଼ାରୁ 5, ଝାରସୁଗୁଡାରୁ 8, କଳାହାଣ୍ଡିରୁ 15, ଜଗତସିଂପୁରରୁ 7, ସମ୍ବଲପୁରରୁ 10ଜଣ , ପୁରୀରୁ 14 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

କନ୍ଧମାଳରୁ 1, ଢେଙ୍କାନାଳରୁ 5, ଗଞ୍ଜାମରୁ 6, କୋରାପୁଟରୁ 3, ବରଗଡ଼ରୁ 17, ଭଦ୍ରକରୁ 21, ମାଲକାନାଗିରିରୁ 1, ଦେବଗଡରୁ 8, ନବରଙ୍ଗପୁରରୁ 3, ନୟାଗଡ଼ରୁ 3, ରାୟଗଡାରୁ 6, ଗଜପତିିରୁ 2, ସୋନପୁରରୁ 2, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 13 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 4ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ କରୋନାଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ବରଗଡ଼, ଭୁବନେସ୍ୱର, ମୟୁରଭଞ୍ଜ ଏବଂ ମାଲକାନାଗିରିରୁ ଜଣେ ଲେଖାଏଁ କରୋନାଜନିତ ମୃତ୍ୟ ହୋଇଛି| ସହିତ ରାଜ୍ୟରେ ମୋଟ 3ଲକ୍ଷ 17ହଜାର 870 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 3308 ଜଣ ରୋଗୀ ସକ୍ରିୟ ଅଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+