ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ ଦିନରେ 1374 ସଂକ୍ରମିତ

ଗତ କିଛିଦିନ ହେବ କରୋନାର ଭୟାବହତା ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ରାଜ୍ୟ ସରକାରାଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ ଅନୁସାରେ, ଗତ 24 ଘଣ୍ଚାରେ ରାଜ୍ୟରେ 1374 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରିମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାଲେ ଲାଗିଛି । ଗତ କିଛିଦିନ ହେବ କରୋନାର ଭୟାବହତା ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ରାଜ୍ୟ ସରକାରାଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ ଅନୁସାରେ, ଗତ 24 ଘଣ୍ଚାରେ ରାଜ୍ୟରେ 1374 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 812 ଜଣ ସଙ୍ଗରୋଧରେ ଥିବାବେଳେ 562 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 48 ହଜାର 182ର ପହଞ୍ଚିଛି ।

corona-virus

ସୁନ୍ଦରଗଡ଼ରେ ସର୍ବାଧିକ 355 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ 193 ଜଣ, ନୂଆପଡ଼ାରୁ 135 ଜଣ, ସମ୍ବଲପୁରରୁ 77, ବରଗଡ଼ରୁ 59 ଜଣ, ଝାରସୁଗୁଡ଼ାରୁ 52 ଜଣ, କଟକରୁ 51, କଳାହାଣ୍ଡିରୁ 45 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ 93 ଲକ୍ଷ 38 ହଜାର 708 ଜଣଙ୍କର କରୋନା ପରୀକ୍ଷା ହୋଇଛି । ବର୍ତ୍ତମାନ ରାଜ୍ୟରେ 7ହଜାର 3 ଜଣ ସକ୍ରିୟ କରୋନା ରୋଗୀ ଥିବାବେଳେ 3 ଲକ୍ଷ 39 ହଜାର 200 ଜଣ କରୋନା ସଂକ୍ରିତ ସୁସ୍ଥ ହୋଇସାରିଛନ୍ତି । ଏହାବ୍ୟତୀତ ଗତ 254 ଘଣ୍ଚାରେ 310 ଜଣ କରୋନା ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+