ଦଶ ହଜାର ଅତିକ୍ରମ କଲା ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଦୈନିକ ମାମଲା

ଗତ 24 ଘଣ୍ଟାରେ ରାଜ୍ୟରେ 10 ହଜାର 413 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 54 ହଜାର 607କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର : ଦଶ ହଜାର ଅତିକ୍ରମ କରିଛି ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଦୈନିକ ମାମଲା । ଗତ 24 ଘଣ୍ଟାରେ ରାଜ୍ୟରେ 10 ହଜାର 413 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 54 ହଜାର 607କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ 24 ଘଣ୍ଟାରେ ଆଉ 11 ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ 2 ହଜାର 54ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 5887 ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 4526 ଟି ସ୍ଥାନୀୟ ମାମଲା ରହିଛି ।

corona-virus

ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1796 ଜଣ ସୁନ୍ଦରଗଡ଼ରୁ 1100, କଟକରୁ 828, ବରଗଡ଼ରୁ 511, ଝାରସୁଗୁଡ଼ାରୁ 442 ଜଣ ଏବଂ କଳାହାଣ୍ଡିରୁ 376 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ 4 ଜଣ, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏଁ, ସୁନ୍ଦରଗଡ଼ରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଏଥିସହିତ ବର୍ତ୍ତମାନ ରାଜ୍ୟରେ 67 ହଜାର 86 ଜଣ ସକ୍ରିୟ ରୋଗୀ ଥିବାବେଳେ ଗତ 24 ଘଣ୍ଚାରେ 5014 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+