Corona Update : ଗତ 24 ଘଣ୍ଟାରେ ରାଜ୍ୟରେ 378 କରୋନା ଆକ୍ରାନ୍ତ , 5 ମୃତ
ରାଜ୍ୟର କରୋନା ଗ୍ରାଫରେ ହ୍ରାସ ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଓଡ଼ିଶାରେ 378 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 5ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 378 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 219 ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଏବଂ 159 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 19 ହଜାର 103 ହୋଇଛି |

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଅନୁସାରେ ଅନୁଗୁଳରୁ ସର୍ବାଧିକ 38 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 32, କଟକରୁ 24, ନୂଆପଡ଼ାରୁ 21, ଖୋର୍ଦ୍ଧାରୁ 37, କେନ୍ଦୁଝରରୁ 15, କେନ୍ଦ୍ରାପଡ଼ାରୁ 10, ବଲାଙ୍ଗୀରରୁ 22, ବାଲେଶ୍ୱରରୁ 14, ମୟୁରଭଞ୍ଜରୁ 34, କଳାହାଣ୍ଡିରୁ ଓ ଯାଜପୁରରୁ 8 ଜଣ ଲେଖାଏଁ, ଜଗତସିଂପୁରରୁ 18, ଝାରସୁଗୁଡାରୁ 15, ସମ୍ବଲପୁରରୁ 14, ପୁରୀରୁ 19 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 30th November
New Positive Cases: 378
In quarantine: 219
Local contacts: 159(Details of local contacts will be shared by concerned District Administration)
District Wise Cases:
1. Angul: 38
— I & PR Department, Odisha (@IPR_Odisha) December 1, 2020
2. Balasore: 14
3. Bargarh: 3
4. Bhadrak: 7
5. Balangir: 22
କନ୍ଧମାଳରୁ 2, ଢେଙ୍କାନାଳରୁ 5, ଗଞ୍ଜାମରୁ 7, କୋରାପୁଟରୁ 4, ବରଗଡ଼ରୁ 3, ମାଲକାନାଗିରିରୁ 1, ଭଦ୍ରକରୁ 7, ଦେବଗଡରୁ 1, ନବରଙ୍ଗପୁରରୁ 3, ନୟାଗଡ଼ରୁ 4, ରାୟଗଡାରୁ 17, ଗଜପତିିରୁ 2, ସୋନପୁରରୁ 1, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 10 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି |
Regret to inform the demise of five numbers of Covid positive patients while under treatment in hospitals.
1.A 39-year-old male of Jagatsinghpur district.
2.A 68-year-old male of Khordha district.
3.A 36-year-old male of Puri district.
— H & FW Dept Odisha (@HFWOdisha) December 1, 2020
ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ 5ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି | ପୁରୀ ଜିଲ୍ଲାରୁ ସର୍ବାଧିକ ତିନିଜଣ, ଖୋର୍ଦ୍ଧା ଏବଂ ଜଗତସିଂପୁରରୁ ଜଣେ ଲେଖାଏଁ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି | ଏଥି ସହିତ ରାଜ୍ୟରେ ମୋଟ 3ଲକ୍ଷ 12ହଜାର 65 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 5241 ଜଣ ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications