ଗତ 24 ଘଣ୍ଚାରେ ରାଜ୍ୟରେ 251 କରୋନା ଆକ୍ରାନ୍ତ ଚିହ୍ନଟ, 4 ମୃତ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 251 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 148 ଜଣ ସଙ୍ଗରୋଧ ଗୃହରୁ ଏବଂ 103 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 251 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 148 ଜଣ ସଙ୍ଗରୋଧ ଗୃହରୁ ଏବଂ 103 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 30ହଜାର 117 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ରାଜ୍ୟର ସମ୍ବଲପୁର ଜିଲାରୁ ସର୍ବାଧିକ 35ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ଜିଲ୍ଲାରୁ 31, ରୁ 15, ଖୋର୍ଦ୍ଧାରୁ 14, ସୁନ୍ଦରଗଡ଼ରୁ 34 , ଯାଜପୁରରୁ 14, କେନ୍ଦ୍ରାପଡ଼ା 8, ବାଲେଶ୍ୱରରୁ 8, ବରଗଡ଼ରୁ 15, ବଲାଙ୍ଗୀରରୁ 13, ପୁରୀରୁ 12, ନୂଆପଡ଼ାରୁ 23, ଝାରସୁଗୁଡ଼ାରୁ 13, କଳାହାଣ୍ଡିରୁ 3, କନ୍ଧମାରୁ 2, ଜଗତସିଂପୁରରୁ 2, ଗଞ୍ଜାମ ଓ ବୌଦ୍ଧରୁ 3ଜଣ ଲେଖାଏଁ, କୋରାପୁଟରୁ 5, ମୟୁରଭଞ୍ଜ, କଟକ ଓ ଦେବଗଡ଼ରୁ 4 ଜଣ ଲେଖାଏଁ, ସୋନପୁର, ନୟାଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ, ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |
Covid-19 Report For 1st January, 2021
New Positive Cases: 251
In quarantine: 148
Local contacts: 103(Details of local contacts will be shared by concerned Dist Administration)
District Wise Cases:
1. Angul: 31
— I & PR Department, Odisha (@IPR_Odisha) January 2, 2021
2. Balasore: 8
3. Bargarh: 15
4. Bhadrak: 1
5. Balangir: 13
ଅପରପକ୍ଷରେ ଗତ 24 ଘଣ୍ଚାରେ ରାଜ୍ୟରେ 4 ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 25ହଜାର 733 ଜଣ ସୁସ୍ଥ ହୋଇଥିବା ବେଳେ 2451 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |












Click it and Unblock the Notifications