ପୁଣି 250 ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ 24 ଘଣ୍ଟାରେ 245 ଜଣ ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 245 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 139 ଜଣ ସଙ୍ଗରୋଧ ଗୃହରୁ ଏବଂ 106 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ ମୋଟ 245 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମିତଙ୍କ ମଧ୍ୟରୁ 139 ଜଣ ସଙ୍ଗରୋଧ ଗୃହରୁ ଏବଂ 106 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି | ଏହାକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 29ହଜାର 866 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ରାଜ୍ୟର ସମ୍ବଲପୁର ଜିଲାରୁ ସର୍ବାଧିକ 35ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସେହିପରି ଅନୁଗୁଳ ଜିଲ୍ଲାରୁ 32, କଟକରୁ 15, ଖୋର୍ଦ୍ଧାରୁ 19, , ସୁନ୍ଦରଗଡ଼ରୁ 34 ମୟୁରଭଞ୍ଜରୁ 17, ଯାଜପୁରରୁ 15, କେନ୍ଦ୍ରାପଡ଼ା 8, ବାଲେଶ୍ୱରରୁ 5, ବରଗଡ଼ରୁ 14, ବଲାଙ୍ଗୀରରୁ 9, ନୂଆପଡ଼ାରୁ 5, ନୟାଗଡ଼ରୁ 2, ଝାରସୁଗୁଡ଼ାରୁ 9, କଳାହାଣ୍ଡିରୁ 3, କନ୍ଧମାରୁ 2, ଭଦ୍ରକରୁ 6, ଜଗତସିଂପୁରରୁ 4, ସୋନପୁର, ରାୟଗଡ଼ା, କେନ୍ଦୁଝର, ବୌଦ୍ଧ, ଢେଙ୍କାନାଳ, ଦେବଗଡ଼ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 5ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି |
Covid-19 Report For 31st December
New Positive Cases: 245
In quarantine: 139
Local contacts: 106(Details of local contacts will be shared by concerned District Administration)
District Wise Cases:
1. Angul: 32
— I & PR Department, Odisha (@IPR_Odisha) January 1, 2021
2. Balasore: 5
3. Bargarh: 14
4. Bhadrak: 6
5. Balangir: 9
ଏପରପକ୍ଷରେ ଗତ 24 ଘଣ୍ଚାରେ ରାଜ୍ୟରେ ତିନି ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କଟକ ଏବଂ ନବରଙ୍ଗପୁରରୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି | ଆଜି ସୁଦ୍ଧା ରାଜ୍ୟରେ ମୋଟ 3ଲକ୍ଷ 25ହଜାର 432 ଜଣ ସୁସ୍ଥ ହୋଇଥିବା ବେଳେ 2505 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି












Click it and Unblock the Notifications