ଉପରମୁହାଁ କରୋନା ଗ୍ରାଫ୍, ପୁଣି ଚିହ୍ନଟ ହେଲେ 5 ଆକ୍ରାନ୍ତ
ଭୁବନେଶ୍ୱର: ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଏଥି ମଧ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 5 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 24 ରେ ପହଞ୍ଚିଛି । ସେଥିମଧ୍ୟରୁ 23 ଆକ୍ଟିଭ କେସ ରହିଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସଂକ୍ରମଣ ବ୍ୟାପୁଥିବାରୁ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି । ବିଶେଷ କରି ବୃଦ୍ଧ, ଶିଶୁ ଓ ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତି ବିଶେଷ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ।
ଏପରିକି ବର୍ତ୍ତମାନ ରାଜ୍ୟରେ ଚିନ୍ତା ଜନକ ସ୍ଥିତି ନାହିଁ । ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କ ମଧ୍ୟ ଅଧିକାଂଶ ଦକ୍ଷିଣ ଭାରତରୁ ଚିହ୍ନଟ ହୋଇଛନ୍ତି । କେରଳରୁ କେବଳ ଚିହ୍ନଟ ହେଇଛନ୍ତି 40 ପ୍ରତିଶତ ସଂକ୍ରମିତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଏହା ସହ ଲକ୍ଷଣ ଦେଖା ଦେଲେ ନିଜକୁ ଆଇସୋଲେଟ୍ କରି ରଖିବାକୁ ଏବଂ ବାହାରକୁ ଆସିଲେ ମାସ୍କ ପିନ୍ଧିକି ବାହାରକୁ ଆସିବାକୁ ପରାମର୍ଶ ଦିଆଯାଇଛି ।
ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି । ତେଣୁ ଆତଙ୍କିତ ହେବାର ନାହିଁ । ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି ।
ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି 92 % ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି ।ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି । କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ । ବଢ଼ିବ ନ ବଢ଼ିବ ଏବେ କହିହେବନି । ସ୍ଥିତି ଉପରେ ନଜର ରଖାଯାଇଛି । ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ।
ସେପଟେ କରୋନା ଟେଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଲାଗିରହୁଛି ସେମାନଙ୍କୁ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ଭଳି କରୋନା ଟେଷ୍ଟିଂ ସେଣ୍ଟର ସବୁବେଳେ ଖୋଲା ରହୁଥିବା ନେଇ ସୂଚନା ଦିଆଯାଇଛି ।












Click it and Unblock the Notifications