ଆଜି ରାଜ୍ୟରେ 244 କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 27ହଜାର 534

ଆଜି ରାଜ୍ୟରେ 244 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 3ଲକ୍ଷ 27ହଜାର 534 ରେ ପହଞ୍ଚିଛି ।

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଥିବା ବେଳେ ବଢିଚାଲିଛି ସୁସ୍ଥଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ 244 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 3ଲକ୍ଷ 27ହଜାର 534 ରେ ପହଞ୍ଚିଛି ।

corona-virus

ଆଜି ରାଜ୍ୟର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 32 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ସମ୍ବଲପୁରରୁ 28, ବରଗଡ଼ରୁ 24, କଟକରୁ 23, ସୁନ୍ଦରଗଡ଼ରୁ 17, ଯାଜପୁର ଓ ଝାରସୁଗୁଡ଼ାରୁ 15 ଜଣ ଲେଖାଏଁ, ବାଲେଶ୍ୱରରୁ 14, କେନ୍ଦ୍ରାପଡ଼ାରୁ 10 ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ବଲାଙ୍ଗୀରରୁ 8, କେନ୍ଦୁଝର ଓ ଖୋର୍ଦ୍ଧାରୁ 7ଜଣ ଲେଖାଏଁ, ଜଗତସିଂପୁର ଓ ମୟୁରଭଞ୍ଜରୁ 6ଜଣ ଲେଖାଏଁ, କଳାହାଣ୍ଡି ଓ ମାଲକାନାଗିରିରୁ 4ଜଣ ଲେଖାଏଁ, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼ ଓ ସୋନପୁରରୁ 3ଜଣ ଲେଖାଏଁ, ନୂଆପଡ଼ାରୁ 2ଜଣ, ଦେବଗଡ଼, ଗଞ୍ଜାମ, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 6 ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+