ଆଜି ରାଜ୍ୟରେ 271 କରୋନା ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ 271 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସହ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 26 ହଜାର 778ରେ ପହଞ୍ଚିଛି ।
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ବୃଦ୍ଧି ପାଉଛି ଦୈନିକ ସୁସ୍ଥଙ୍କ ସଂଖ୍ୟା । ଆଜି ରାଜ୍ୟରେ 271 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସହ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 26 ହଜାର 778ରେ ପହଞ୍ଚିଛି ।

ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 33 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ କେନ୍ଦ୍ରାପଡ଼ାରୁ 31, ମୟୁରଭଞ୍ଜରୁ 24, ବଲାଙ୍ଗୀରରୁ 21, ଅନୁଗୁଳରୁ 20, ସମ୍ବଲପୁରରୁ 19, ଝାରସୁଗୁଡ଼ାରୁ 18, ବାଲେଶ୍ୱର, ଯାଜପୁର ଓ କଟକରୁ 16ଜଣ ଲେଖାଏଁ,ଖୋର୍ଦ୍ଧାରୁ 15 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
Another 271 Covid patients have recovered and are being discharged on 05.01.2021
33 from Sundargarh
— H & FW Dept Odisha (@HFWOdisha) January 5, 2021
31 from Kendrapara
24 from Mayurbhanj
21 from Bolangir
20 from Anugul
19 from Sambalpur
18 from Jharsuguda
16 from Baleswar
16 from Cuttack
16 from Jajapur
15 from Khordha
ସେହିପରି ବରଗଡ଼ ଓ କେନ୍ଦୁଝରରୁ 9ଜଣ ଲେଖାଏଁ, ନୂଆପଡ଼ାରୁ 4, ଢେଙ୍କାନାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରୁ 2ଜଣ ଲେଖାଏଁ, ଭଦ୍ରକ, ଜଗତସିଂପୁର, ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 7ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।












Click it and Unblock the Notifications