Corona Update : ଆଜି ରାଜ୍ୟରେ 809 କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ବୃଦ୍ଧି ପାଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ଓଡ଼ିଶାରେ 809 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 12 ହଜାର 65ରେ ପହଞ୍ଚିଛି ।

ଭୁବନେଶ୍ୱର : ଆଜି ରାଜ୍ୟରେ 809 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଖ୍ୟା 3 ଲକ୍ଷ 12 ହଜାର 65 ହୋଇଛି |

corona-virus

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 82 ଜଣ ସୁସ୍ଥ ହୋଇଛନ୍ତି | ସେହିପରି ଖୋର୍ଦ୍ଧା ଜିଲ୍ଲାରୁ 81 ଜଣ, ବାଲେଶ୍ୱରରୁ 61, ମୟୁରଭଞ୍ଜରୁ 53, କେନ୍ଦୁଝର ଓ ନୂଆପଡ଼ାରୁ 51 ଜଣ ଲେଖାଏଁ, କଟକରୁ 47, ଜଗତସିଂପୁରରୁ 44, ସମ୍ବଲପୁରରୁ 40, କେନ୍ଦ୍ରାପଡ଼ାରୁ 38, ଅନୁଗୁଳରୁ 34, ବରଗଡ଼ରୁ 30, ବଲାଙ୍ଗୀରରୁ 27, ଝାରସୁଗୁଡ଼ାରୁ 21, ପୁରୀରୁ 20 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |


ସେହିପରି ଯାଜପୁରରୁ 17, କଳାହାଣ୍ଡିରୁ 13, ଢେଙ୍କାନାଳରୁ 12, ନବରଙ୍ଗପୁର, ନୟାଗଡ଼ ଏବଂ ରାୟଗଡ଼ାରୁ 9 ଜଣ ଲେଖାଏଁ, ମାଲକାନାଗିରିରୁ 8, ଭଦ୍ରକରୁ 7, ଗଞ୍ଜାମରୁ 6, ବୌଦ୍ଧ, କୋରାପୁଟ ଓ କନ୍ଧମାଳରୁ 5ଜଣ ଲେଖାଏଁ, ଦେବଗଡ଼ରୁ 4, ଗଜପତିରୁ 3, ସୋନପୁରରୁ ଜଣେ ଏବଂ ରାଜ୍ୟ ପୁଲରୁ 16 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+