ଆଜି ରାଜ୍ୟରେ 707 କରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟର କରୋନା ଗ୍ରାଫରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଆଜି ରାଜ୍ୟରେ 707 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
ଭୁବନେଶ୍ୱର : ରାଜ୍ୟର କରୋନା ଗ୍ରାଫରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଆଜି ରାଜ୍ୟରେ 707 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 11ହଜାର 256ରେ ପହଞ୍ଚିଛି |
Another 707 Covid patients have recovered and are being discharged on 29.11.2020
65 from Cuttack
— H & FW Dept Odisha (@HFWOdisha) November 29, 2020
65 from Khordha
58 from Keonjhar
48 from Mayurbhanj
46 from Anugul
42 from Jagatsinghpur
37 from Kalahandi
37 from Nuapada
35 from Sambalpur
35 from Sundargarh
33 from Baleswar
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ 65 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି | ସେହିପରି କେନ୍ଦୁଝରରୁ 58, ଅନୁଗୁଳରୁ 46, ମୟୁରଭଞ୍ଜରୁ 48, ଝାରସୁଗୁଡ଼ାରୁ 14, ବାଲେଶ୍ୱରରୁ 33, ଯାଜପୁର ଓ ବଲାଙ୍ଗୀରରୁ 21 ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ 29, ଜଗତସିଂପୁରରୁ 42, କଳାହାଣ୍ଡି ଓ ନୂଆପଡ଼ାରୁ 37 ଜଣ ଲେଖାଏଁ, ପୁରୀରୁ 9, ବରଗଡ଼ରୁ 12, ସମ୍ବଲପୁର ଓ ସୁନ୍ଦରଗଡ଼ରୁ 35 ଜଣ ଲେଖାଏଁ, ଭଦ୍ରକରୁ 19, କନ୍ଧମାଳରୁ 6, କୋରାପୁଟରୁ 10 ଏବଂ ନବରଙ୍ଗପୁରରୁ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |

ଅପରପକ୍ଷରେ ଢେଙ୍କାନାଳରୁ 13, ଗଞ୍ଜାମରୁ 11, ମାଲକାନାଗିର, ସୋନପୁର ଓ ନୟାଗଡ଼ରୁ 3 ଜଣ ଲେଖାଏଁ, ବୌଦ୍ଧରୁ 2, ଗଜପତିରୁ 4, ଦେବଗଡ଼ରୁ 8, ରାୟଗଡ଼ାରୁ 2ଜଣ ଲେଖାଏଁ ଏବଂ ରାଜ୍ୟ ପୁଲରୁ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |












Click it and Unblock the Notifications