ରାଜ୍ୟରେ ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା ; ଆଜି ରାଜ୍ୟରେ 406 ସୁସ୍ଥ
ଆଜି ରାଜ୍ୟରେ 406ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 23ହଜାର 378ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 406ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 23ହଜାର 378ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 52ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥିସହିତ ଖୋର୍ଦ୍ଧାରୁ 42, କେନ୍ଦ୍ରାପଡ଼ାରୁ 35, କଟକରୁ 27, ସମ୍ବଲପୁରରୁ 26, ବଲାଙ୍ଗୀର ଓ ଯାଜପୁରରୁ 24ଜଣ ଲେଖାଏଁ, ମୟୁରଭଞ୍ଜରୁ 22 ପୁରୀରୁ 18, ବରଗଡ଼ରୁ 17, ଅନୁଗୁଳରୁ 15, ବାଲେଶ୍ୱରରୁ 11, କେନ୍ଦୁଝରରୁ 10ଜଣ ସୁସ୍ଥ ହୋଇଛନ୍ତି |
Another 406 Covid patients have recovered and are being discharged on 25.12.2020
52 from Sundargarh
— H & FW Dept Odisha (@HFWOdisha) December 25, 2020
42 from Khordha
35 from Kendrapara
27 from Cuttack
26 from Sambalpur
24 from Bolangir
24 from Jajapur
22 from Mayurbhanj
18 from Puri
17 from Bargarh
15 from Anugul
ସେହିପରି ଦେବଗଡ଼ ଓ ନବରଙ୍ଗପୁରରୁ 9ଜଣ ଲେଖାଏଁ, ନୂଆପଡ଼ାରୁ 8, ଝାରସୁଗୁଡ଼ା, କନ୍ଧମାଳ ଓ କଳାହାଣ୍ଡିରୁ 6ଜଣ ଲେଖାଏଁ, ଜଗତସିଂପୁର ଓ ରାୟଗଡ଼ାରୁ 5ଜଣ ଲେଖାଏଁ, ଭଦ୍ରକ, ଗଞ୍ଜାମ ଓ ମାଲକାନାଗିରିରୁ 4ଜଣ ଲେଖାଏଁ, ନୟାଗଡ଼ରୁ 2, ବୌଦ୍ଧ, ଗଜପତି, କୋରାପୁଟ ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 11ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |












Click it and Unblock the Notifications