ଆଜି ରାଜ୍ୟରେ 388 କରୋନା ଆକ୍ରାନ୍ତ ସୁସ୍ଥ

ଗତ 24 ଘଣ୍ଟାରେ ରାଜ୍ୟରେ 388 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 344ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 388 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 22ହଜାର 344ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

corona-virus
ଆଜି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 71ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ 38, ଅନୁଗୁଳରୁ 37, ସମ୍ବଲପୁରରୁ 27, ବରଗଡ଼ରୁ 26, ମୟୁରଭଞ୍ଜରୁ 25, କଟକରୁ 21, ବାଲେଶ୍ୱରରୁ 20, ଯାଜପୁରରୁ 16, ନୂଆପଡ଼ାରୁ 15,
ପୁରୀରୁ 13, ବଲାଙ୍ଗୀରରୁ 11, କେନ୍ଦୁଝରରୁ 10 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସେହିପରି ଜଗତସିଂପୁରରୁ 8 ଜଣ, ଗଞ୍ଜାମରୁ 7, ଝାରସରୁଗୁଡ଼ା, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ 6ଜଣ ଲେଖାଏଁ, ଭଦ୍ରକ,କୋରାପୁଟ ଓ ନବରଙ୍ଗପୁରରୁ 3ଜଣ ଲେଖାଏଁ,ବୌଦ୍ଧ, ଢେଙ୍କାନାଳ ଓ ନୟାଗଡ଼ରୁ 2ଜଣ ଲେଖାଏଁ, ଦେବଗଡ଼ ଓ ମାଲକାନାଗିରିରୁ ଜଣେ ଲେଖାଏଁ ଏଂ ରାଜ୍ୟ ପୁଲରୁ 8ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+