ଗତ 24 ଘଣ୍ଟାରେ ସୁସ୍ଥ ହେଲେ 309 କରୋନା ଆକ୍ରାନ୍ତ

ଗତ 24 ଘଣ୍ଟାରେ ରାଜ୍ୟରେ 309ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଆଜିର ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 21ହଜାର 956ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି | ଗତ 24 ଘଣ୍ଟାରେ ରାଜ୍ୟରେ 309ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଆଜିର ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ 3ଲକ୍ଷ 21ହଜାର 956ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

corona-virus
ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 44ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ସୁନ୍ଦରଗଡ଼ରୁ 28, ଖୋର୍ଦ୍ଧାରୁ 27, ବାଲେଶ୍ୱର ଓ ମୟୁରଭଞ୍ଜରୁ 26 ଜଣ ଲେଖାଏଁ, କଟକରୁ 20, ପୁରୀରୁ 18, ନୂଆପଡ଼ାରୁ 15, ଝାରସୁଗୁଡ଼ାରୁ 14, ବଲାଙ୍ଗୀରରୁ 12, ସମ୍ବଲପୁରରୁ 10 ଜଣ ସୁସ୍ଥ ହୋଇଛନ୍ତି |

ଏଥି ସହିତ ବରଗଡ଼ରୁ 9, ଭଦ୍ରକରୁ 8, ଯାଜପୁର ଓ କେନ୍ଦୁଝରରୁ 7ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ 6ଜଣ ଲେଖାଏଁ, ଗଞ୍ଜାମ ଓ କଳାହାଣ୍ଡିରୁ 4ଜଣ ଲେଖାଏଁ, ଗଜପତିରୁ 3, ନବରଙ୍ଗପୁର ଓ ରାୟଗଡ଼ାରୁ 2, ଢେଙ୍କାନାଳ, କୋରାପୁଟ ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 8ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+