ଆଜି ରାଜ୍ୟରେ 660 କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା 3,13,394
କରୋନା ଗ୍ରାଫରେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ ଆଉ 660ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 13ହଜାର 394 ହୋଇଛି |
ଭୁବନେଶ୍ୱର : କରୋନା ଗ୍ରାଫରେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ ଆଉ 660ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 3ଲକ୍ଷ 13ହଜାର 394 ହୋଇଛି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ 56 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେହିପରି ଅନୁଗୁଳରୁ 55, ଖୋର୍ଦ୍ଧାରୁ 54, ସୁନ୍ଦରଗଡ଼ରୁ 46, ବଲାଙ୍ଗୀରରୁ 42, ଜଗତସିଂପୁରରୁ 39, ବାଲେଶ୍ୱର ଓ କଟକରୁ 38 ଜଣ ଲେଖାଏଁ, କେନ୍ଦୁଝରରୁ 37, ଝାରସୁଗୁଡ଼ାରୁ 28, କେନ୍ଦ୍ରାପଡ଼ା ଓ ନୂଆପଡ଼ାରୁ 26 ଜଣ ଲେଖାଏଁ, ପୁରୀ ଓ ସମ୍ବଲପୁରରୁ 23 ଜଣ ଲେଖାଏଁ ଏବଂ ବରଗଡ଼ ଓ ଯାଜପୁରରୁ 17 ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
Another 660 Covid patients have recovered and are being discharged on 02.12.2020
56 from Mayurbhanj
— H & FW Dept Odisha (@HFWOdisha) December 2, 2020
55 from Anugul
54 from Khordha
46 from Sundargarh
42 from Bolangir
39 from Jagatsinghpur
38 from Baleswar
38 from Cuttack
37 from Keonjhar
28 from Jharsuguda
26 from Kendrapara
ସେହିଭଳି ଢେଙ୍କାନାଳରୁ 16, ଭଦ୍ରକରୁ 15, କଳାହାଣ୍ଡିରୁ 11, ମାଲକାନାଗିରି ଓ ନବରଙ୍ଗପୁରରୁ 8ଜଣ ଲେଖାଏଁ, ଦେବଗଡ଼, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରୁ 4ଜଣ ଲେଖାଏଁ, କନ୍ଧମାଳ ଓ ନୟାଗଡ଼ରୁ 3 ଜଣ ଲେଖାଏଁ, ଗଜପତି ଓ ସୋନପୁରରୁ 2ଜଣ ଲେଖାଏଁ ଏବଂ ରାଜ୍ୟ ପୁଲରୁ 11 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି |












Click it and Unblock the Notifications