ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ 405 କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ 405ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ଓଡ଼ିଶାରେ ମୋଟ 3ଲକ୍ଷ 18ହଜାର683ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା | ଆଜି ରାଜ୍ୟରେ 405ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହାକୁ ମିଶାଇ ଓଡ଼ିଶାରେ ମୋଟ 3ଲକ୍ଷ 18ହଜାର 683ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱି୍ଟ୍ ଅନୁସାରେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ 55ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ 52 ଜଣ, ଅନୁଗୁଳରୁ 34, କଟକରୁ 29, ବଲାଙ୍ଗୀରରୁ 27, ବରଗଡ଼ରୁ 23, ଯାଜପୁରରୁ 21, ପୁରୀରୁ 19, ମୟୁରଭଞ୍ଜରୁ 17, ଜଗତସିଂପୁରରୁ 14, ଝାରସୁଗୁଡ଼ାରୁ 12, ଦେବଗଡ଼ରୁ 11 ଜଣ ସୁସ୍ଥ ହୋଇଛନ୍ତି |
Another 405 Covid patients have recovered and are being discharged on 12.12.2020
55 from Sundargarh
— H & FW Dept Odisha (@HFWOdisha) December 12, 2020
52 from Khordha
34 from Anugul
29 from Cuttack
27 from Bolangir
23 from Bargarh
21 from Jajapur
19 from Puri
17 from Mayurbhanj
14 from Jagatsinghpur
12 from Jharsuguda
ସେହିପରି ବାଲେଶ୍ୱର, କେନ୍ଦ୍ରାପଡ଼ା, ନୂଆପଡ଼ାରୁ 9ଜଣ ଲେଖାଏଁ, ଭଦ୍ରକ, କଳାହାଣ୍ଡି ଓ ସମ୍ବଲପୁରରୁ 8ଜଣ ଲେଖାଏଁ, କେନ୍ଦୁଝର ଓ ନୟାଗଡ଼ରୁ 6ଜଣ ଲେଖାଏଁ, ଗଞାଜମରୁ 4ଜଣ, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁରରୁ 3ଜଣ ଲେଖାଏଁ, ଢେଙ୍କାନାଳ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |












Click it and Unblock the Notifications