ସୁସ୍ଥ ହେଲେ 9706 କରୋନା ସଂକ୍ରମିତ, ମୋଟ ସୁସ୍ଥ ସଂଖ୍ୟା ହେଲା 457569

ଆଜି ଦିନରେ ରାଜ୍ୟରେ 9706 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 4 ଲକ୍ଷ 57 ହଜାର 569ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଭୁବନେଶ୍ୱର : ସାରା ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି । କିନ୍ତୁ ଏହି ସମୟରେ ଓଡ଼ିଶା ପାଇଁ ଆସିଛି ଏକ ଖୁସି ଖବର । ଆଜି ଦିନରେ ରାଜ୍ୟରେ 9706 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 4 ଲକ୍ଷ 57 ହଜାର 569ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

corona-virus

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1787 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ 1100 ଜଣ, କଟକରୁ 823 ଜଣ, ବରଗଡ଼ରୁ 506 ଜଣ, ସମ୍ବଲପୁରରୁ 425 ଜଣ, ନବରଙ୍ଗପୁରରୁ 412 ଜଣ, ଝାରସୁଗୁଡ଼ାରୁ 407 ଜଣ, ଅନୁଗୁଳରୁ 3963 ଜଣ, ନୂଆପଡ଼ାରୁ 385 ଜଣ, କଳାହାଣ୍ଡିରୁ 373 ଜଣ, ଯାଜପୁରରୁ 231 ଝଣ, ନୟାଗଡ଼ରୁ 226 ଜଣ, ଭଦ୍ରକରୁ 206 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଏହାସହିତ ମୟୁରଭଞ୍ଜରୁ 199 ଜଣ, ବଲାଙ୍ଗୀରରୁ 195 ଜଣ, କେନ୍ଦୁଝରରୁ 161 ଜଣ, ରାୟଗଡ଼ାରୁ 150 ଜଣ, ଜଗତସିଂହପୁରରୁ 145 ଜଣ, କତେନ୍ଦ୍ରପଡ଼ାରୁ 132 ଜଣ, ବାଲେଶ୍ୱରରୁ 125 ଜଣ, ସୋନପୁରରୁ 123 ଜଣ, ଗଜପତିରୁ 118 ଜଣ, ଗଞ୍ଜାମରୁ 1147 ଜଣ, କୋରାପୁଟରୁ 89 ଜଣ, କନ୍ଧମାଳରୁ 68 ଜଣ, ମାଲକାନାଗିରିରୁ 43, ଢେଙ୍ଗାନାଳରୁ 42, ବୌଦ୍ଧରୁ 37 ଜଣ, ଦେବଗଡ଼ରୁ 27 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟପୁଲରୁ 360 ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+