ଆଜି ରାଜ୍ୟରେ ସୁସ୍ଥ ହେଲେ 232 କରୋନା ଆକ୍ରାନ୍ତ

ଭୁବନେଶ୍ୱର । ଆଜି ରାଜ୍ୟରେ ଆଉ 232 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 25ହଜାର 965 କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ 232 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3ଲକ୍ଷ 25ହଜାର 965 କୁ ବୃଦ୍ଧି ପାଇଛି ।

corona-virus

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଅନୁଗୁଳରୁ ସର୍ବାଧିକ 32 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥି ସହିତ ବଲାଙ୍ଗୀରରୁ 26, କଟକରୁ 25, ସୁନ୍ଦରଗଡ଼ରୁ 19, ବାଲେଶ୍ୱରରୁ 16, ଯାଜପୁରରୁ 15, କେନ୍ଦ୍ରାପଡ଼ା, ମୟୁରଭଞ୍ଜରୁ 14 ଜଣ ଲେଖାଏଁ, ଝାରସୁଗୁଡ଼ା ଓ ନୂଆପଡ଼ାରୁ 11 ଜଣ ଲେଖାଏଁ, କେନ୍ଦୁଝର ଓ ଖୋର୍ଦ୍ଧାରୁ 10 ଝଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ ଓ କଳାହାଣ୍ଡିରି 5ଜଣ ଲେଖାଏଁ, ଗଞ୍ଜାମ ଓ ସମ୍ବଲପୁରରୁ 4ଜଣ ଲେଖାଏଁ, ବରଗଡ଼, ଜଗତସିଂପୁର ଓ ପୁରୀରୁ 2ଜଣ ଲେଖାଏଁ, ଦେବଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ 3ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+