ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ : ବାହାଘର ପାଇଁ 200 ଲୋକଙ୍କୁ ଅନୁମତି

ରାଜ୍ୟରେ ବାହାଘର ଭୋଜି ପାଇଁ 200 ଲୋକଙ୍କୁ ଅନୁମତି ଦେଲା ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ ।

ଭୁବନେସ୍ୱର : ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି | ଏହି ଅନଲକ ଗାଇଡଲାଇନ ଅନୁସାରେ ବାହାଘର ଭୋଜିରେ 100 ରୁ 200 ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି | ଏଥି ସହିତ ଅନ୍ତେଷ୍ଟି କ୍ରିୟା ପାଇଁ 50 ଜଣଙ୍କୁ ଅନୁମତି ଦିଆଯାଇଛି | ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର 1ରୁ 31 ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲାଗୁ ରହିବ |

corona-virus

ଏହି ନିର୍ଦ୍ଦେଶାବଳୀ ଅନୁସାରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସରକାର ମନା କରିଛନ୍ତି | ଏଥି ସହିତ ବଡ଼ ରାଜନୈତିକ, ଧାର୍ମିକ, କ୍ରୀଡ଼ା ଓ ସାଂସ୍କୃତିକ ସମାବେଶ ଉପରେ ସରକାର ରୋକ ଲଗାଇଛନ୍ତି | ରାଜଧାନୀରେ ହେବାକୁ ଥିବା ସିସିର ଶରସ ଏବଂ ତୋଷାଳୀ ମେଳା ଭଳି ବ୍ୟବସାୟିକ ମେଳା ଓ ପ୍ରଦର୍ଶନୀ ବନ୍ଦ ରହିବ |

ଏହି ଗାଇଡଲାଇନରେ ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି କରିଛନ୍ତି | କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବେ | କଣ୍ଟେନମେଣ୍ଟ ଜୋନର ତାଲିକା ରାଜ୍ୟ ଓ ଜିଲ୍ଲାର ଓ୍ୱେବସାଇଟରେ ସୂଚିତ କରାଯିବ ବୋଲି କୁହାଯାଇଛି |

ତେବେ ସବୁଠାରୁୁ ବଡ଼ କଥା ହେଲା ଡିସେମ୍ୱର 1ରୁ ସବୁ ମେଡିକାଲ କଲେଜ୍ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି |

ସେପଟେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଦେଖି ବିଭାଗ ପକ୍ଷରୁ ସ୍କୁଲ ଖୋଲିବାକୁ କୁହାଯାଇଛି । ସେହିଭଳି ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+