Odisha Corona Update: ଆଖି ବୁଜିଲେ ଦୁଇ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ଦୁଇ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର: କଲବଲ କଲାଣି ମହାମାରୀ କରୋନା । ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଧିରେ ଧିରେ ବଢିଲାଣି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ଦୁଇ କରୋନା ଅକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

corona death in odisha

ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୮ ଛୁଇଁଛି। ଆଜି ଆଖି ବୁଜିଥିବା ମୃତକ ୨ ଜଣ ନୂଆପଡା ଜିଲ୍ଲାର। ସେହିପରି ଗତକାଲି ତାରିଖ ମୃତ୍ୟୁ ବରଣ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟଜଣେ ବଲାଙ୍ଗିର ଜିଲ୍ଲାର ଥିଲେ। ଏହା ପୂର୍ବରୁ ଅର୍ଥାତ୍‌ ୯ ତାରିଖ ମଧ୍ୟ ଜଣେ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଆଖି ବୁଜିଥିଲେ।

ଉଲ୍ଲେଖଥାଉ କି, ଆଜି ୧୭୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୦,୦୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+