ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ, ଦିନକରେ ୧୭୪୧ ପିଜିଟିଭ ଚିହ୍ନଟ
ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ ବାକି ୭୨୬ଟି ଲୋକାଲ୍ କେସ୍ ରହିଛି ।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନର ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । କଡା କଟକଣା ସତ୍ତ୍ବେ ମଧ୍ୟ ଖସୁନି କରୋନା ଗ୍ରାଫ। 5ଶହ, 8ଶହ, 12ଶହ ଏବେ ଦୁଇ ହଜାର ମାର୍କ ଛୁଇଁବାକୁ ବସିଲାଣି ଦୈନିକ ସଂକ୍ରମଣ । ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବାବେଳେ ବାକି ୭୨୬ଟି ଲୋକାଲ୍ କେସ୍ ରହିଛି ।

ତେବେ କାଲ ପରି ଆଜି ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧ ଓ କଳାହାଣ୍ଡି ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ବରଗଡ଼ ଜିଲ୍ଲାରୁ ୯୭, ବଲାଙ୍ଗିରରୁ ୯୩, ନୂଆପଡ଼ାରୁ ୯୬ ଓ ନବରଙ୍ଗପୁର ଜିଲ୍ଲାରୁ ୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୧୧, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୧୪, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୫୩, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୯, ନୟାଗଡ଼ରୁ ୭, ପୁରୀରୁ ୫୪, ରାୟଗଡ଼ାରୁ ୩୫ ଓ ସୋନପୁର ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 11th April
New Positive Cases: 1741
In quarantine: 1015
Local contacts: 726(Details of local contacts will be shared by concerned Dist Administration)
District Wise Cases:
1. Angul: 43
— I & PR Department, Odisha (@IPR_Odisha) April 12, 2021
2. Balasore: 158
3. Bargarh: 97
4. Bhadrak: 11
5. Balangir: 93
୧୭୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୦,୦୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୮ରେ ପହଞ୍ଚିଛି। ଆଉ ନୂଆପଡ଼ା ଜିଲ୍ଲାରେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି।












Click it and Unblock the Notifications