କରମଣ୍ଡଳ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତକଙ୍କ ଦିଲ୍ଲୀରେ ହେବ DNA ଟେଷ୍ଟ

ଭୁବନେଶ୍ୱର: ବାହାନଗା ରେ କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାକୁ ମୃତଦେହ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ମୋଟ 288 ମୃତକଙ୍କ ମଧ୍ୟରୁ 205 ଜଣଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ଏହା ବ୍ୟତୀତ ପରିଚୟ ମିଳିନଥିବା କେତେକ ମୃତକଙ୍କ ଡିଏନ୍ଏ ପରୀକ୍ଷା ହେବ । ଅଚିହ୍ନା ଏବଂ ଦ୍ୱନ୍ଦ ସୃଷ୍ଟି କରୁଥିବା ମୃତଦେହର ହେବ ଡିଏନଏ ଟେଷ୍ଟ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଏମସରେ ଚିହ୍ନଟ ହେଉଥିବା ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନର ହୋଇଛି । ଏମସରେ ଚିହ୍ନଟ ହୋଇନଥିବା 52 ଟି ମୃତଦେହର ଡିଏନଏ ସାମ୍ପଲ ନିଆଯାଇଛି । ସେଗୁଡ଼ିକ ଆସନ୍ତାକାଲି ଦିଲ୍ଲୀ ଏମସକୁ ଟେଷ୍ଟ ପାଇଁ ପଠାଯିବ ।
ଯେଉଁଗୁଡିକ ଚିହ୍ନଟ ହେଉନାହିଁ, ସେଗୁଡିକ ଡିଏନଏ ଟେଷ୍ଟ ମାଧ୍ୟମରେ ଇଡେଣ୍ଟିଫିକେସନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ବିଭିନ୍ନ ହସ୍ପିଟାଲରେ ଥିବା ମୃତଦେହକୁ ଏମ୍ସକୁ ଅଣାଯିବ । ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ପରିବାରଙ୍କୁ ଗୋଟିଏ ଜାଗାରୁ ମିଳିପାରିବ ।
ଏନେଇ 8ଟି ରାଜ୍ୟରେ ଅଧିକ ସୂଚନା ଦେବା ପାଇଁ ପ୍ରକ୍ରିୟା ଚାଲୁରହିଛି । ଏବେବି କିଛି ଲୋକଙ୍କ ପରିଚୟ ମିଳିପାରୁନି । ଶରୀରର ଚିହ୍ନ ଅନୁସାରେ ମୃତଦେହ ଚିହ୍ନଟ କରାଯାଉଛି । ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଏମସ୍ ନିର୍ଦ୍ଦେଶକ । WHO ଆପ୍ରୁଭ ହୋଇଥିବା କଣ୍ଟେନରରେ ବଡିଗୁଡିକୁ ରଖାଯାଇଛି । ମୃତଦେହ ହସ୍ତାନ୍ତର ହୋଇନପାରିଲେ 2 ବର୍ଷ ପର୍ଯ୍ୟନ୍ତ ରଖାଯାଇପାରିବ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications