କରମଣ୍ଡଳ ଦୁର୍ଘଟଣା : ଟିଭିରେ ସାନ ଭାଇକୁ ଦେଖି ଖୋଜିବାକୁ ଧାଇଁ ଆସିଛି ବଡ଼ ଭାଇ

କଟକ : ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଅନେକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏପରିକି ଅନ୍ୟ ରାଜ୍ୟର କେତେକ ଯାତ୍ରୀଙ୍କ ମୃତ୍ୟୁ ହୋଇଖିବା ନେଇ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଜଣା ନାହିଁ । ମୃତଦେହର ପରିଚୟ ମିଳି ପାରୁନଥିବାରୁ ପରିବାର ଲୋକଙ୍କୁ ଖବର ଦେବାରେ ବାଧା ଉପୁଜିଛି ।
ଏହି ସମୟରେ ସାନ ଭାଇର ଫଟୋ ସୋଶାଲ ମିଡ଼ିଆ ଓ ଟିଭିରେ ଦେଖି ଧାଇଁ ଆସିଛନ୍ତି ବଡ଼ ଭାଇ । ଟିଭିରେ ସାନ ଭାଇକୁ ଦେଖିବା ପରେ ଘଟଣା ସ୍ଥଳ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରଖାନାରେ ସାନ ଭାଇକୁ ଖୋଜୁଛନ୍ତି । ସାନଭାଇ ମହମ୍ମଦ ଅଲ୍ଲୀକୁ ଛଅ ଦିନ ହେବ ଖୋଜୁଛନ୍ତି ଦିଲ୍ଲୀ ନିବାସୀ ତଥା ତାଙ୍କ ବଡ଼ ଭାଇ ମହମ୍ମଦ ତନିଫ ।
ଗଣମାଧ୍ୟମରେ ସାନ ଭାଇର ଭିଜୁଆଲ ଦେଖିବା ପରେ ବଡ଼ ଭାଇ ସାଙ୍ଗେ ସାଙ୍ଗେ ଧାଇଁ ଆସିଥିଲେ ବାଲେଶ୍ୱର ହସ୍ପିଟାଲ । ସେଠାରେ ମେଡିକାଲରେ ତାଙ୍କ ଭାଇ ନଥିବା ଖବର ଜାଣି ପରେ ଭଦ୍ରକ ମେଡିକାଲ ଯାଇ ସେଠାରୁ ବି ନିରାଶ ହୋଇ ଖାଲି ହାତରେ ଫେରି ଏବେ ପହଞ୍ଚିଛନ୍ତି ଏସସିବି ମେଡିକାଲରେ । ହେଲେ ଏଠାରେ ଭାଇର କୌଣସି ଖବର ପାଇ ନଥିବା କହିଛନ୍ତି ମହମ୍ମଦ ତନିଫ । ସରକାର ଭାଇକୁ ଖୋଜିବାରେ ସହାୟତା କରିବା ପାଇ ଅନୁରୋଧ କରିଛନ୍ତି ସେ ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଏବେ ବି ଅନେକ ମେଡ଼ିକାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଅନେକ ଲୋକ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ କରୁଛନ୍ତି । ତେବେ ଦିଲ୍ଲୀର ମହମ୍ମଦ ହନିଫ୍ ନାମକ ଜଣେ ବ୍ୟକ୍ତି ବିଭିନ୍ନ ରାଜ୍ୟରେ ପାଣି ପାଇପ କାମ କରନ୍ତି । ଦୁର୍ଘଟଣା ପରଠାରୁ ତାଙ୍କ ପରିବାର ତାଙ୍କର କୌଣସି ଖବର ପାଉନାହାନ୍ତି । ହନିଫଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ଏହାରି ଭିତରେ ହନିଫ ଏକ ମେଡ଼ିକାଲ ବେଡରେ ବସିଥିବାର ଟିଭିରେ ଦେଖିବା ପରେ ପରିବାର ଲୋକ କଟକ ଅସିଛନ୍ତି । ମୋବାଲରେ ଭାଇର ଫଟୋ ଦେଖାଇ ଖୋଜଖୋଜି କରୁଛନ୍ତି ପରିବାର ଲୋକ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ












Click it and Unblock the Notifications