କରମଣ୍ଡଳ ଦୁର୍ଘଟଣା : ଫାଇଦା ନେଉଛନ୍ତି ବସ୍ ମାଲିକ ! ଅଧିକ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବାଲେଶ୍ୱର ବାହାନଗାରେ କରମଣ୍ଡଳ ଦୁର୍ଘଟଣା ପରେ ହେବା ବାତିଲ୍ ହୋଇଛି ଅନେକ ଟ୍ରେନ୍ । ଫଳରେ ଅନେକ ଯାତ୍ରୀ ଓ ପର୍ଯ୍ୟଟକ ସଡ଼କ ପଥର ଯିବା ପାଇଁ ନିର୍ଭର କରୁଛନ୍ତି । ଏହାର ଫାଇଦା କେତେକ ବସ୍ ମାଲିକ ଉଠାଉଥିବା ନେଇ ଅଭିଯୋଗ ହୋଇଛି । ଟ୍ରେନ୍ ଦୁର୍ଘଟଣାରୁ ଲାଭ ଉଠାଇବା ପାଇଁ ଏବେ କିଛି ସ୍ୱତନ୍ତ୍ର ବସ୍ଗୁଡ଼ିକ ମନଇଚ୍ଛା ଭଡା ନେଉଥିବା ଅଭିଯୋଗ ହେଉଛି । ଯାହାଫଳରେ ବିପଦରେ ରହି ମଧ୍ୟ ଯାତ୍ରୀମାନେ ଶୋଷଣର ସାମ୍ନା କରୁଛନ୍ତି ।
ଭୁବନେଶ୍ୱର, ବାଲେଶ୍ଵର, ପୁରୀ, କଟକ ର ଆରଟିଓ ଦଳ ଅଟକି ରହିଥିବା ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି।
ଯଦି କୌଣସି ବସ୍ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ / ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି ତେବେ ବସ୍ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I https://t.co/xLYoej3z5x
— State Transport Authority, Odisha (@STAOdisha) June 3, 2023
ଯାତ୍ରୀମାନଙ୍କ ଠାରୁ ଅଧିକ ଭଡ଼ା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି) ଅବଗତ ରହିଛି । ଏନେଇ ଏସ୍ଟିଏ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର, ବାଲେଶ୍ବର, ପୁରୀ, କଟକର ଆରଟିଓ ଦଳ ଅଟକି ରହିଛନ୍ତି । ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି । ଯଦି କୌଣସି ବସ୍ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ/ଭୁବନେଶ୍ବରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି, ତେବେ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।












Click it and Unblock the Notifications