କରମଣ୍ଡଳ ଦୁର୍ଘଟଣା : ଏମ୍ସରେ ଏବେବି ଅଛି 82 ମୃତଦେହ, 111 ଜଣଙ୍କ ମୃତଦେହ ପଠାଯାଇଛି

ଭୁବନେଶ୍ୱର: ବାହାନଗାରେ ହୋଇଥିବା କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ 111 ଜଣଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏହା ପରେ ଏବେ ବି ଏମ୍ସ ଭୁବନେଶ୍ୱରରେ 82 ମୃତଦେହ ଅଛି । କେତେକ ମୃତ ଦେହ ପାଇଁ ଅନେକ ଦାବିଦାର ଥିବାରୁ ଏହାର ଡିଏନ୍ଏ ଟେଷ୍ଟକୁ ଅପେକ୍ଷା କରାଯାଇଛି । 50 ଟି ମୃତ ଦେହର ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦିଲ୍ଲୀ ପଠାଯାଇଛି ।
ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି । ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଏମସି ଅନ୍ୟ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ସହଯୋଗ କରୁଛି । ଦାବିଦାରଙ୍କ ଯାଞ୍ଚ ଏବଂ ଚିହ୍ନଟ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଆମେ ସେମାନଙ୍କ ସହ ସକ୍ରିୟ ଭାବେ କାମ କରୁଛୁ ବୋଲି କୁଲାଙ୍ଗେ କହିଛନ୍ତି ।
ବର୍ତ୍ତମାନ ମଧ୍ୟ ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି । ମୃତ ବ୍ୟକ୍ତିଙ୍କ ଶେଷ କଲର ଭେରିଫିକେସନ କରାଯାଉଛି ।
ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପୂର୍ବରୁ ମୃତକ କାହା ସହିତ କଥା ହୋଇଥିଲେ ଏବଂ କେଉଁ ଠିକଣାରେ ଥିଲେ ଆଦି ମଧ୍ୟ ଯାଞ୍ଚ କରାଯାଉଛି । କାରଣ ଗୋଟିଏ ଶବ ପାଇଁ ଅନେକ ପରିବାର ଦାବି କରୁଛନ୍ତି । ଶବ ଯେପରି ନିଜ ପରିବାରକୁ ହସ୍ତାନ୍ତର ହେବ ତାକୁ ଗୁରୁତ୍ୱ ଦେବାକୁ ଯାଇ ପରିଚୟ ପତ୍ର ବ୍ୟତୀତ ଏହିସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ବିଭିନ୍ନ ପର୍ଯ୍ୟାୟ ଯାଞ୍ଚ ପରେ ହିଁ ମୃତ ଶରୀର ହସ୍ତାନ୍ତର ହେଉଛି ।
ବିଏମସି ରେଳବାଇ ଏବଂ ଏମ୍ସ-ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରକ୍ଷା କରୁଛି । ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଦେବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଯେଉଁମାନେ ମୃତଦେହ ନେବା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅପରପକ୍ଷରେ ବାହାନଗାରେ ରେଳ ଦୁର୍ଘଟଣା ପଛର କାରଣକୁ ନେଇ ଛାନଭିନ୍ କରୁଛି ସିବିଆଇ । ସିବିଆଇର ଏକ ଟିମ ଭୁବନେଶ୍ୱର ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ର ଲୋକୋ ପାଇଲଟ ସହ କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ । ସିବିଆଇର ଆଉ ଏକ ଟିମ ଘଟଣାସ୍ଥଳ ଓ ଷ୍ଟେସନରେ କରିବ ତନାଘନା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications