ବାହାନଗା ଟ୍ରେନ୍ ଦୁର୍ଘଟଣା : ଏବେ ବି ଏମ୍ସରେ ଅଛି 81 ମୃତଦେହ, ଡିଏନ୍ଏ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣାର ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ପରିଚାଳନା ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ ବୈଠକ । ମୃତଦେହ ପରିଚାଳନା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଏମ୍ସ କର୍ତ୍ତୁପକ୍ଷ ।
ଏବେ ବି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମୃତଦେହ ଚିହ୍ନଟ ନ ହେବା ଯାଏଁ କଣ୍ଟେନରରେ ରହିବ ମୃତ ଶରୀର । କଣ୍ଟେନରରେ ଥିବା ଯୋଗୁଁ ମୃତ ଶରୀର ଯେଉଁ ଅବସ୍ଥାରେ ଗ୍ରହଣ କରାଯାଇଥିଲା, ସେଭଳି ଅବସ୍ଥାରେ ରହିଛି । ଡିଏନଏ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି | ରିପୋର୍ଟ କେବେ ଆସିବ, ସେନେଇ ସ୍ପଷ୍ଟତା ନାହିଁ । ଏମ୍ସ ଭୁବନେଶ୍ଵର ପରିସରରେ ଏବେବି 81 ମୃତଦେହ ରହିଛି । 75 ଜଣ ଦାବିଦାର ଅଛନ୍ତି, ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି ।
ବୈଠକରେ ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ, ଜିଆରପି ଏଡିଜି, ପୂର୍ବତଟ ରେଳପଥ CPRO ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications