ଆତ୍ମସମର୍ପଣ କଲେ ୟୁଟ୍ୟୁବର ଦମ୍ପତି, ବନ ବିଭାଗରେ ହେଲେ ହାଜର

ଯାଜପୁର: ଆତ୍ମସମର୍ପମ କଲେ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି । ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଆତ୍ମସମର୍ପଣ କରିଛନ୍ତି ।

jajpur

ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ଏବଂ ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ 24 ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ବାସଭବନରେ ଚଢ଼ାଉ କରିଥିଲେ । ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି । ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହେଇଥିଲେ l
ସେପଟେ ଏସିଏଫ ଅନିଲ କୁମାର ରାୟଙ୍କ ନିର୍ଦ୍ଧେଶ କ୍ରମେ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ସୋମବାର ଦିନ ବନ ବିଭାଗ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଥିଲା । ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ କେଶ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗତକାଲି ରାତିରେ ଭଦ୍ର ଦମ୍ପତି ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+