ଶିକ୍ଷକଙ୍କୁ ଓଡ଼ିଆ ନବ ବର୍ଷ ଭେଟି, ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ
ଭୁବନେଶ୍ୱର: ରାଜ୍ୟର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ନବ ବର୍ଷ ଭେଟି । ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହେବା ନେଇ ବିଜ୍ଞପ୍ତି ଘୋଷଣା କରିଛି ଗଣଶିକ୍ଷା ବିଭାଗ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ 18 ହଜାରରୁ ଅଧିକ ଚୁକ୍ତି ଭିତ୍ତିକ ଶିକ୍ଷକ ଉପକୃତ ହେବେ ।
ନିୟମିତ ହେବା ଦାବିରେ ଚୁକ୍ତି ଭିତ୍ତିକ ଶିକ୍ଷକ ମାନେ 13 ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିଲେ । ବର୍ତ୍ତମାନ ତାଙ୍କ ଦାବି ପୂରଣ ହେବା ସହ ଉପକୃତ ହେବେ 18 ହଜାର ଶିକ୍ଷକ ଶିକ୍ଷୟତ୍ରୀ ।

ଗତ ନଭେମ୍ବର 15 ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ଏକ ନୋଟିଫିକେସନ ପ୍ରକାଶ କରାଯାଇଥିଲା ଏବଂ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି 6 ଟି ଇନ୍କ୍ରିମେଣ୍ଟ୍ ଦେବା ପାଇଁ ପ୍ରକାଶ କରାଯାଇଥିଲା । କିନ୍ତୁ ଏହି ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗତ ଡିସେମ୍ବର 7 ତାରିଖରେ ସଂଘ ଆନ୍ଦୋଳନ କରିଥିଲା । 2016 ରୁ 2022 ମଧ୍ୟରେ ନିଯୁକ୍ତି ପାଇଥିବା 18 ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଞ୍ଚିତ ହେଉଥିଲେ । ଏପରିକି 2016 ବ୍ୟାଚ୍ର 3200 ଚୁକ୍ତିଭିତ୍ତିକ ଶିକ୍ଷକ 7 ବର୍ଷ ପରେ ବି ନିୟମିତ ହୋଇପାରୁନଥିଲେ ।












Click it and Unblock the Notifications