Get Updates
Get notified of breaking news, exclusive insights, and must-see stories!

ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହଁ - ହାଇକୋର୍ଟ

କଟକ : ଯଦି ପ୍ରଥମେ ଭଲ ସମ୍ପର୍କ ଅଛି, ବନ୍ଧୁତାରୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ମନୋମାଳିନ୍ୟ ପରେ ବିବାହ କରିବାକୁ ରାଜି ନ ହେବା ଦୁଷ୍କର୍ମ ହେବ ନାହିଁ । ଏମିତି ଏକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ସମ୍ପର୍କରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି ମାନ୍ୟବର କୋର୍ଟ ।

high court

ବନ୍ଧୁତ୍ୱରୁ ବଢି ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ଏପରି କୌଣସି ମାମଲା ଆସିଲେ ତାହା ଗ୍ରହଣୀୟ ନୁହଁ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ ।
ଭୁବନେଶ୍ୱରର ଜଣେ ବିବାହିତା ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ କରିଥିଲେ ଏପରି ମାମଲା । ବିବାହ ପ୍ରତିଶ୍ରୁତି ଦେଇ ପରେ ବିବାହ କରିବାକୁ ରାଜି ନ ହେବାରୁ ଦଫା 420, 376 ଓ 506 ରେ ମାମଲା ରୁଜୁ କରିଥିଲେ । ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତ । ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ବିରୋଧରେ ଥିବା ଆଇପିସିର ଧାରା 376 କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଆବେଦନକାରୀ ମନୋରଞ୍ଜନ ଦାସଙ୍କ ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତାରୁ ବିବାହର ପ୍ରତିଶୃତି ଦେଇଥିଲେ । ଏପରିକି ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଥିଲା । ମନୋରଞ୍ଜନ ମହିଳାଙ୍କୁ ବିବାହ କରିବାକୁ କହିଥିଲେ ମଧ୍ୟ ସେ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇବା ପରେ ଏହା ହେବ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ହୋଇନଥିଲେ । ଏହା ବିରୋଧରେ ମହିଳା ଜଣକ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+