ଆସନ୍ତା ୨୧ରେ କଂଗ୍ରେସର ମହିଳା ସମାବେଶ; ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା
ଭୁବନେଶ୍ବର: ଆସନ୍ତା ୨୧ରେ କଂଗ୍ରେସର ମହିଳା ସମାବେଶ । ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା । ଦମ ଦେଖାଇବେ ଦଳର ନୂଆ ମହିଳା ସଭାପତି ମିନାକ୍ଷୀ ବାହିନୀପତି । ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା । ଏଥିରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାପତି ଅଳକା ଲାମ୍ବା ।
ମହିଳା ସଭାପତି ହେବା ପରେ ଆକ୍ସନକୁ ଆସିଛନ୍ତି ମିନାକ୍ଷୀ ସେନାପତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । କଂଗ୍ରେସ ଭବନ ବାହାରେ ଆସନ୍ତା ୨୧ ତାରିଖରେ ଏକ ବିରାଟ ମହିଳା ସମାବେଶର ଆୟୋଜନ କରାଯିବ ।

ସମସ୍ତ ସାଙ୍ଗଠନିକ ଜିଲ୍ଲାରୁ ମହିଳା ମାନେ ଆସି ଯୋଗ ଦେବେ ।ଆସନ୍ତା ୨୧ରେ କଂଗ୍ରେସ ପକ୍ଷରୁ ହେବ ମହିଳା ସମାବେଶ ହେବ ବୋଲି ସୂଚନା ଦେଇଛନ୍ତି ସଭାପତି ମିନାକ୍ଷା ବାହିନୀପତି ।
ସେପଟେ ଦଳ ଛାଡିଛନ୍ତି ନବୀନ । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଢେଙ୍କାନାଳରେ ପ୍ରେସମିଟ୍ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ ନବୀନ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଇଛନ୍ତି ।
ସେମାନେ ନିଜ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଏବଂ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେମାନେ କହିଛନ୍ତି ଯେ ସେମାନଙ୍କୁ ଦଳରେ ଅଣଦେଖା କରାଯାଉଛି । ତାଛଡ଼ା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସେମାନଙ୍କୁ ଭଲ ଲାଗୁନଥିବାରୁ ଦଳ ଛାଡ଼ିଛନ୍ତି।












Click it and Unblock the Notifications