ସଂକୀର୍ତ୍ତନ ସତ୍ୟାଗ୍ରହ ପରେ ତୁଳସୀ ଯାତ୍ରା କରିବ କଂଗ୍ରେସ, ଗାଁ ପଞ୍ଚାୟତରୁ ଆସିବ ତୁଳସୀ
ଭୁବନେଶ୍ୱର: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ନିଆରା ଅଭିଯାନ । ସଂକୀର୍ତ୍ତନ ସତ୍ୟାଗ୍ରହ ପରେ ପରେ ଏବେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଡିସେମ୍ବର ପହିଲାରୁ କଂଗ୍ରେସ ସାରା ରାଜ୍ୟରେ କରିବ 'ତୁଳସୀ ଯାତ୍ରା' ।

ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଶ୍ରୀମନ୍ଦିରର 4 ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ କଂଗ୍ରେସ 'ତୁଳସୀ ଯାତ୍ରା' ଆରମ୍ଭ କରିବ । ପ୍ରତ୍ୟେକ ଗାଁ ଓ ପଞ୍ଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ରାଜ୍ୟର 314 ବ୍ଲକ୍ରୁ ତୁଳସୀ ପତ୍ର ସଂଗ୍ରହ କରାଯିବ ।
ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସାଧାରଣ ଲୋକ, ଜଗନ୍ନାଥ ପ୍ରେମୀ, ଯୁବକ ଯୁବତୀ, ଛାତ୍ରଛାତ୍ରୀ, ହବିଷ୍ୟାଳି, ଭକ୍ତ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ତ୍ୱାବଧାନରେ ନଗର,ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଞ୍ଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ ।
ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯିବ । ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ସହ ସଜ ତୁଳସୀ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱରେ ଦଳର କର୍ମୀ ଓ ନେତାମାନେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବେ ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଠାକୁର ଓ ଭକ୍ତଙ୍କ ମଧ୍ୟରେ ବିଜେଡି ପାଚେରି ପରି ଛିଡ଼ା ହୋଇଛି । ତାକୁ ହଟାଇବାକୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ତୁଳସୀ ଯାତ୍ରା ପାଇଁ ଆହ୍ୱାନ ଦିଆଯାଇଛି । ତେଣୁ ଡିସେମ୍ବର 1 ରେ ହେବାକୁ ଥିବା ତୁଳସୀ ଯାତ୍ରାରେ ଜଗନ୍ନାଥ ପ୍ରେମୀଙ୍କ ସମେତ ସମସ୍ତ ରାଜ୍ୟବାସୀ, ଆବାଳ ବୃଦ୍ଧବନିତା ପ୍ରମୁଖ ସାମିଲ ହେବେ ବୋଲି ଆଶା ରଖିଛୁ ।
ଏହାକୁ ନେଇ କଂଗ୍ରେସ ଦଳର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, ସରକାର କାନ, ଆଖି ବନ୍ଦ କରି ରଖିଛନ୍ତି । ସଂକrର୍ତ୍ତନ ପ୍ରଭାବ ପକାଇବ ବୋଲି ଆଶା କରିଥିଲୁ । କିନ୍ତୁ ପ୍ରଭାବ ପକାଇଲାନି । କିନ୍ତୁ ତୁଳସୀ ଯାତ୍ରା ଏବେ ସରକାରଙ୍କ ଉପରେ ଆପେଆପେ ପ୍ରଭାବ ପକାଇବ ବୋଲି ଭାବିଛୁ । ନଚେତ ସାରା ରାଜ୍ୟର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଜନଜାଗରଣ ହେବେ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ତାହାର ମରାମତି କରିବାକୁ ସରକାର ବାଧ୍ୟ ହେବେ ।
ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡ଼ିର ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ତୁଳସୀ ଯାତ୍ରା କରନ୍ତୁ କି ବ୍ଲକ ପଞ୍ଚାୟତ ଘେରାଉ କରନ୍ତୁ, ତାହା ଲୋକଙ୍କ ମନକୁ ଛୁଇଁବା ଆବଶ୍ୟକ । ଲୋକଙ୍କ ମାନସିକତା ପ୍ରଭାବିତ ହେବାର ଅଛି । କିନ୍ତୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶକୁ ପ୍ରାଥମିକତା ଦେଇଛି । ବିକାଶ କାର୍ଯ୍ୟ ଆଗକୁ ବଢ଼ୁଥିବାରୁ ଲୋକ ବିକାଶରେ ପ୍ରଭାବିତ ହେଉଛନ୍ତି । ବିରୋଧୀଙ୍କ କୌଣସି କାମର ପ୍ରଭାବ ପଡ଼ିବନି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications