ଏକାମ୍ର କାନନ ଓ ତତ୍ ସଂଲଗ୍ନ ଜଙ୍ଗଲ ଜମି ବିକ୍ରି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଏକାମ୍ର କାନନ ଓ ତତ୍ ସଂଲଗ୍ନ ଜଙଅଗଲ ଜମି ବିକ୍ରି ଓ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମର ଖେଳ ପଡ଼ିଆ, ମଶାଣି, ମେଳଣ ପଡ଼ିଆ ଏବଂ ସ୍କୁଲ ପଡ଼ିଆକୁ ରାଜ୍ୟ ସରକାରଙ୍କ ଦ୍ୱାରା ବଳ ପୂର୍ବକ ଦଖଲ ପ୍ରତିବାଦରେ କଂଗ୍ରସ ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛି |
ଭୁବନେଶ୍ୱର : ଏକାମ୍ର କାନନ ଓ ତତ୍ ସଂଲଗ୍ନ ଜଙଅଗଲ ଜମି ବିକ୍ରି ଓ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମର ଖେଳ ପଡ଼ିଆ, ମଶାଣି, ମେଳଣ ପଡ଼ିଆ ଏବଂ ସ୍କୁଲ ପଡ଼ିଆକୁ ରାଜ୍ୟ ସରକାରଙ୍କ ଦ୍ୱାରା ବଳ ପୂର୍ବକ ଦଖଲ ପ୍ରତିବାଦରେ କଂଗ୍ରସ ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛି |
ଏହି ବିକ୍ଷୋଭରେ ଯୋଗଦେଇ ଓଡ଼ିଶଆ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏକାମ୍ର କାନନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକାବଲ୍ଲଭ ପଟ୍ଟନାୟକଙ୍କର ଅବଦାନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦୀର୍ଘ 20 ବର୍ଷ ଧରି ଅବହେଳା କରିବା ସହ ଏସବୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବାକୁ ଚକ୍ରାନ୍ତ କରୁଛନ୍ତି | ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ମଧ୍ୟରୁ ଘଙ୍ଗାପାଟଣା ଜମି ଦୁର୍ନୀତି, ଜଗନ୍ନାଥଙ୍କ ଅମୃତମୋହଣୀ ଜମି ଦୁର୍ନୀତି, ବଗଲା ଧର୍ମଶାଳା ଦମି ଦୁର୍ନୀତି କେତେକ ଉଦାହରଣ ମାତ୍ର | ନବୀନ ପଟ୍ଟନାୟକ ଶାସନ କାଳରେ ଜମି ଦୁର୍ନୀତିର ସୀମା ଲଙ୍ଘିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି |

କଂଗ୍ରେସ ବିଧାୟକ ଶ୍ରୀ ସୁରେଶ ରାଉତରାୟ ଏହି ବିକ୍ଷୋଭରେ ସାମିଲ ହୋଇ କହିଛନ୍ତି, ଏକାମ୍ର ପାର୍କ ଓ ଏହାର ଚାରିପାଖରେ ଥିବା ଜଙ୍ଗଲକୁ ନଷ୍ଟ କରି ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି | ଏହି ଜି.ଏ ବିଭାଗକୁ ହସ୍ତାନ୍ତର କରାଯାଇଛି | ଏହା ଫଳରେ ବିଜେଡ଼ି ଦଳକୁ ସାହାଯ୍ୟ କରୁଥିବା କେତେକ କର୍ପୋରେଟ ହାଉସ୍, ଅସାଧୁ ଅଫିସର ଓ ରାଜନେତା ଉପକୃତ ହେବେ ବୋଲି ସେ ଅଭିଯୋଗ କରିଛନ୍ତି | ସରକାରଙ୍କ ଏହି ହୀନ ଉଦ୍ୟମକୁ କଂଗ୍ରସ ଦଳ ବରଦାସ୍ତ କରିବ ନାହିଁ ଏବଂ କଂଗ୍ରେସ ତାର ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରା ରାଉତରାୟ ମତ ପ୍ରକାଶ କରିଛନ୍ତି |
ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି,ମନୋରଞ୍ଜନ ଦାସ, ସଂଦ୍ରାମ କେଶରୀ ଜେନାଙ୍କ ସହ କଂଗ୍ରେସର ଅନ୍ୟ ନେତା ଓ କର୍ମଚାରୀ ମାନେ ଯୋଗଦେଇଥିଲେ |












Click it and Unblock the Notifications