ପ୍ରୋଟୋକଲ୍ ଭାଙ୍ଗିଲେ ରାଜ୍ୟପାଳ ! ଅଭିଯୋଗ ଆଣିଲା କଂଗ୍ରେସ...
ଭୁବନେଶ୍ୱର: ପ୍ରୋଟକଲ ଭାଙ୍ଗିଲେ ରାଜ୍ୟପାଳ । ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଗତକାଲି ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଔପଚାରିକ ସାକ୍ଷାତ କରିବା ପରେ ଜୋର ଧରିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଓଡ଼ିଶାରେ କୌଣସି ପ୍ରୋଟୋକଲ ମେଣ୍ଟେନ୍ ହେଉନଥିବା କଥା ମଧ୍ୟ କଂଗ୍ରେସ ଉଠାଇଛି ।

ରାଜ୍ୟପାଳ କାହିଁକି ପ୍ରୋଟୋକଲ ଭାଙ୍ଗିଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି, 'ରାଜ୍ୟପାଳ ରଘୁବର ଦାସ କାହିଁକି ନବୀନ ନିବାସକୁ ଗଲେ ? ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୋଲି ଉଠିଛି ପ୍ରଶ୍ନ । କେଉଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଯାଇଥିଲେ ତାହା ସ୍ପଷ୍ଟ କରିବାକୁ କହିଲେ ପଞ୍ଚାନନ । ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ୱାରା ପ୍ରୋଟୋକଲ ଭଙ୍ଗ ହୋଇଛି । ଏଭଳି କାହିଁକି କରାଗଲା, ସେ ନେଇ ରାଜ୍ୟପାଳଙ୍କୁ କଂଗ୍ରେସ ନେତା ସ୍ପଷ୍ଟୀକରଣ ମାଗିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦେବାକୁ ନା ଦିୱାଲି ଭେଟି ଦେବାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି କି, ସେଥିପାଇଁ ଦେଖା କରିବାକୁ ଯାଇଥିଲେ ? ଏ ତିନିଟିରୁ କେଉଁଟି ଠିକ୍, ରାଜ୍ୟପାଳ ସ୍ପଷ୍ଟ କରିବା ଦରକାର ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।
ଗତକାଲି ରାଜ୍ୟପାଳ ରଘୁବାର ଦାସ ନବୀନ ନିବାସ ଯାଇଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତେବେ ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ସେପଟେ ପଞ୍ଚାନନଙ୍କ ଆରୋପ ନେଇ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications