Get Updates
Get notified of breaking news, exclusive insights, and must-see stories!

ଆଜି ଖୋଲିବ ଧବଳେଶ୍ୱରକୁ ସ୍ଥାୟୀ ପୋଲ, ଯାତାୟତ କରିପାରିବେ ଶ୍ରଦ୍ଧାଳୁ

କଟକ : ଶୈବକ୍ଷେତ୍ର ଧବଳେଶ୍ୱରକୁ ଆଜି ଖୋଲିବ ସ୍ଥାୟୀ ପୋଲ । ଯାତାୟତ କରିପାରିବେ ଶ୍ରଦ୍ଧାଳୁ । ଏନେଇ ପ୍ରଶାସନ ଅନୁମତି ଦେଇଛି ।
ଧବଳେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଝୁଲାପୋଲ ଦୁର୍ବଳ ହୋଇଯିବାରୁ ଏଥିରେ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ପ୍ରଶାସନ କଟକଣା ଲଗାଇଛି । ଏହା ପରେ ଧବଳେଶ୍ୱର ଯିବା ପାଇଁ ମହାନଦୀରେ ନିର୍ମାଣ ହୋଇଥିଲା ଅସ୍ଥାୟୀ ରାସ୍ତା । କିନ୍ତୁ ନଦୀରେ ପାଣି ବଢିବା ପରେ ରାସ୍ତା ଧୋଇଯିବାରୁ ଶ୍ରଦ୍ଧାଳୁ ମାନେ ଧବଳେଶ୍ୱର ଦର୍ଶନରୁ ବଞ୍ଚିତ ହେଉଥିଲେ ।

Dhabaleswar temple

ନଦୀ ଉପରେ ସ୍ଥାୟୀ କଂକ୍ରିଟ୍ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ କାମ ସରିନଥିଲା । ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ନିର୍ମାଣ କରାଯାଇଛି । ଏହା ପରେ ବର୍ତ୍ତମାନ ଶ୍ରଦ୍ଧାଳୁ କଂକ୍ରିଟ୍ ପୋଲ ଦେଇ ଧବଳେଶ୍ୱରକୁ ଯାଇପାରିବେ ।

ଏପରିକି ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାରୁ ଅନେକ ଭକ୍ତ ଓ କାଉଡ଼ିଆଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ରାସ୍ତା କାମ ସାରି ଏହାକୁ ସାଧାରଣଙ୍କ ଯାତାୟତ ପାଇଁ ଅନୁମତି ଦିଆଯାଇଛି ।

ପ୍ରଶାସନ ବୁଧବାର ସେତୁରେ ଯିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏହାର ଉଦଘାଟନ ନେଇ ସରକାରୀ ଭାବେ କୌଣସି ସୂଚନା ଆସିନଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି କଂକ୍ରିଟ ସେତୁ ଯୋଗୁଁ ଭକ୍ତଙ୍କ ଯାତାୟତରେ ବହୁତ ସୁବିଧା ହେବ । ସୂଚନାଥାଉକି, 276 ମିଟର ଲମ୍ବ ଏବଂ 6.2 ମିଟର ପ୍ରସ୍ଥ ଏହି ପୋଲ ନିର୍ମାଣରେ 22 କୋଟି 28 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+