Get Updates
Get notified of breaking news, exclusive insights, and must-see stories!

ବିନା ହେଲମେଟ୍ ଚାଳକଙ୍କୁ ଜଗିବେ ସାଧାରଣ ଜନତା; ପଟୋ ପଠାଇବେ ଆପଣ, ଚାଲାଣ କାଟିବ ପରିବହନ ବିଭାଗ

ଆପଣ ବିନା ହେଲମେଟ୍ ରେ ଗାଡ଼ି ଚଲାଉଛନ୍ତି କି ? ଟ୍ରାଫିକ୍ ଚେକିଂ ନାହିଁ ଭାବି ହେଲମେଟ୍ ପିନ୍ଧୁ ନାହାଁନ୍ତି କି ? ତେବେ ସାବଧାନ ! ଆପଣଙ୍କୁ ଜଗିଛନ୍ତି ଆପଣଙ୍କ ଆଖପାଖ ଲୋକ । ବିନା ହେଲମେଟେ ରେ ଆପଣଙ୍କ ଫଟୋ ଉଠାଇ କେହି ସାଧାରଣ ଲୋକ ପଠାଇ ଦେଲେ କାଟିଦେବ ପରିବହନ ବିଭାଗ । ଆସିଯିବ ଇ-ଚାଲାଣ ।

RTO rule

ଅମାନିଆଙ୍କୁ ସାବାଡ୍ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପରିବହନ ବିଭାଗ । ବିନା ହେଲମେଟ୍ ରେ ଗାଡ଼ି ଚଲାଇ ଟ୍ରାଫିକ୍ ନିୟମ ଉଲଙ୍ଘନ କରୁଥିଲେ କେହି ବି ଆପଣଙ୍କ ଫଟୋ ଉଠାଇ ପରିବହନ ବିଭାଗର ସିଟିଜେନ୍ ସେଣ୍ଟିନେଲ୍‌ ପୋର୍ଟାଲରେ ଅପଲୋଡ୍ କରିପାରିବ । ଏହା ପରେ ଏହାକୁ ଯାଞ୍ଚ କରି ଇ-ଚାଲାଣ କାଟିବ ପରିବହନ ବିଭାଗ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଫଟୋ ଆଧାରରେ ସମ୍ପୃକ୍ତ ବାଇକ ଚାଳକଙ୍କୁ ଜରିମାନା କରିବ ପରିବହନ ବିଭାଗ । ତେବେ ଉତ୍ତୋଳନ କରାଯାଇଥିବା ଫଟୋ କିମ୍ବା ଭିଡିଓରେ ନମ୍ବର ପ୍ଲେଟ୍‌ ସ୍ପଷ୍ଟ ଭାବରେ ଦେଖାଯିବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉଲ୍ଲଂଘନକାରୀଙ୍କୁ ଫଟୋ ଉଠାଇଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି ।

ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ସତର୍କ ନାଗରିକମାନଙ୍କ ସହଯୋଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ 'ସିଟିଜେନ ସେଣ୍ଟିନେଲ' ନାମକ ବିକଳ୍ପ ରଖାଯାଇଛି । ଏହି ଆପ୍‌କୁ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ବିକଶିତ କରିଛି । ଏହି ଆପ୍ ମାଧ୍ୟମରେ ସତର୍କ ନାଗରି ରାସ୍ତାରେ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ ଫଟୋ ଅବା ଭିଡିଓକୁ ଅପଲୋଡ୍ କରିପାରିବେ । ଏହି ସତର୍କ ନାଗରିକଙ୍କ ତଥ୍ୟ ଆଧାରରେ ପରିବହନ ବିଭାଗ ତା'ର ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ ।

ବିଶେଷ କରି ଛୋଟ ଛୋଟ ରାସ୍ତା ଓ ଗାଁ ଗହଳିର ରାସ୍ତାରେ ଗାଡ଼ିଚାଳକମାନେ ଏବେବି ଅଧିକାଂଶ ସଂଖ୍ୟାରେ ହେଲମେଟ୍ ନପିନ୍ଧୁ ନାହାଁନ୍ତି । ସେମାନଙ୍କ ଉପରେ ନଜର ରଖିବା ପାଇଁ ସାଧାରଣ ଲୋକ ଅର୍ଥାତ୍ ସତର୍କ ନାଗରିକଙ୍କ ସହଯୋଗ ଲୋଡ଼ାଯାଇଛି । ଗାଡ଼ି ଚାଳକ ଓ ସେଥିରେ ବସିଥିବା ଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ପାଳନ କରିବା ଉପରେ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହି ଆପ୍‌ରେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଘଂନକୁ ସାମିଲ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+