ନିର୍ବାଚନ ଆଗରୁ ଡିପ୍ ଫେକ୍ ଚିନ୍ତା ! ବଛା ବଛା ପୋଲିସ୍ ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକ୍ ତାଲିମ
ଭୁବନେଶ୍ୱର: ଆଗକୁ ଅଛି ନିର୍ବାଚନ । ଏହା ଆଗରୁ ଚିନ୍ତାର କାରଣ ପାଲଟିଛି ଡିପ୍ ଫେକ୍ ଫଟୋ ଓ ଭିଡ଼ିଓ । ନିର୍ବାଚନ ଆଗରୁ ନେତାଙ୍କ ଡିପ୍ ଫେକ୍ ଫଟୋ ଓ ଭିଡିଓ ଭାଇରାଲ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ନେଇ କେବଳ ନେତା ନୁହଁନ୍ତି ପୋଲିସ୍ ମଧ୍ୟ ଚିନ୍ତାରେ ପଡିଛି । ଏହାକୁ ନେଇ ଏବେଠୁ ସଜାଗ ହେଲାଣି ପୋଲିସ । ଏହାକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଦିଆଯାଇଛି ତାଲିମ ।

ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । କେବଳ ତାଲିମପ୍ରାପ୍ତ ଅଫିସର ମାନେ ହିଁ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଏହି କାମରେ ଅଫିସରଙ୍କୁ ସହାୟତା କରିବେ 20 ଜଣ ସାଇବର ଏକ୍ସପର୍ଟ ।
ଡିପଫେକ୍ ହେଉଛି ଏକ ମିଛ ଭିଡିଓ । ସ୍ୱତନ୍ତ୍ର ସଫ୍ଟଓୟାର ବ୍ୟବହାର କରି ଏହି ମିଛ ଭିଡିଓ ପ୍ରସ୍ତୁତ କରାଯାଇଥାଏ । ଡିପ୍ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜି ମାଧ୍ୟମରେ ଏହା ପ୍ରସ୍ତୁତ ହୁଏ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଗୋଟିଏ କ୍ଲିକରେ ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଯୋଡି ଦିଆଯାଏ । ପୁରା ଅସଲି ଲାଗୁଥିଲେ ବି ଏ ଭିଡିଓ ନକଲି ହୋଇଥାଏ । ଅନେକ ସମୟରେ ଛବି ସହିତ ଅଡିଓ ବ୍ୟବହାର କରି ଡିପଫେକ୍ କରାଯାଏ ।
ତେବେ ଗତ କିଛି ଦିନ ହେବ ବହୁ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତିଙ୍କର ଏଭଳି ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନ୍ନା, କାଟ୍ରିନା କୈଫ, ଆଲିଆ, କାଜୋଲଙ୍କ ପରି ବହୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଉପରି ଡିପ୍ ଫେକ୍ ଭିଡିଓ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।












Click it and Unblock the Notifications