Get Updates
Get notified of breaking news, exclusive insights, and must-see stories!

ରାଜଧାନୀ କାନ୍ଥବାଡ଼ରେ ଲୁଟେରାଙ୍କ ଫଟୋ, ଚୋରା ଧରାଇଲେ 10 ହଜାର ପୁରସ୍କାର ଦେବ ପୋଲିସ୍

ଭୁବନେଶ୍ୱର: ରାଜଧାନୀରେ ଗତ କିଛି ଦିନ ହେବ ଲୁଟେରା ଓ ଚୋରଙ୍କ ପ୍ରାଦୁର୍ଭାବ ବଢିଛି । ଏହି ସମୟରେ ଚୋରକୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି ପୋଲିସ୍ । ରାଜଧାନୀରେ କାନ୍ଥବାଡ଼ରେ ଲଗାଇଛି ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରିଛି । ଏପରିକି ଚୋର ଧରାଇ ଦେଲେ କମିଶନରେଟ ପୋଲିସ ପକ୍ଷରୁ 10 ହଜାର ଟଙ୍କା ପୁରସ୍କାର ଦିଆଯିବ । ଚୋର ବିଷୟରେ ସୂଚନା ଦେଇଥିବା ବ୍ୟକ୍ତିର ତଥ୍ୟ ଗୋପନ ରହିବ ।

commissionerate police

ଏ ନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ପାଖାପାଖି 100 ଜାଗାରେ ଏଭଳି ପୋଷ୍ଟର ମାରିଛି ପୋଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସୂଚନାଥାଉକି, ଗତ କିଛି ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିଲା । ଘରେ କେହି ନଥିବା ସମୟରେ ଲୁଟେରା ସର୍ବସ୍ୱ ଲୁଟି ନେଉଥିଲେ । ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+