ବିଧାସନସଭା ଚାଲିଥିବା ବେଳେ ସମ୍ମୁଖ ରାସ୍ତା ହେବ ସିଲ୍ : ପାଦଚଲା ଲୋକଙ୍କ ଉପରେ କଡ଼ା ନଜର
ବିଧାନସଭା ଗୃହ ଚାଲିଥିବା ବେଳେ ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ୍ କରାଯିବ | କୌଣସି ସାଧାଣ ବ୍ୟକ୍ତି ଗାଡ଼ିନେଇ କିମ୍ବା ଚାଲି ଚାଲି ସେହି ରାସ୍ତାରେ ଯାତାୟତ କରିପାରିବେ ନାହିଁ | ପାଦଚଲା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ |
ସାଧା ପୋଷାକରେ ମୁତୟନ ହେବେ ସୁରକ୍ଷା କର୍ମୀ
ଭୁବନେଶ୍ୱର : ବିଧାନସଭା ଗୃହ ଚାଲିଥିବା ବେଳେ ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ୍ କରାଯିବ | କୌଣସି ସାଧାଣ ବ୍ୟକ୍ତି ଗାଡ଼ିନେଇ କିମ୍ବା ଚାଲି ଚାଲି ସେହି ରାସ୍ତାରେ ଯାତାୟତ କରିପାରିବେ ନାହିଁ | ପାଦଚଲା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ | ଏଥି ସହିତ ସୁରକ୍ଷା କର୍ମୀମାନେ ସାଧା ପୋଷାକରେ ମୁତୟନ ରହିବେ |

ଜୟଦେବ ବିହାର ପଟୁ ଆସୁଥିବା ଗାଡ଼ି କିମ୍ବା ଲୋକ ସିପି ଅଫିସ୍ ଠାରୁ ଅନ୍ୟ ରାସ୍ତରେ ଯିବେ | ସେହିପରି ଆଚାର୍ଯ୍ୟ ବିହାର ଫଟୁ ଆସୁଥିବା ବ୍ୟକ୍ତି କିମ୍ବା ଗାଡି କେଶରୀ ଟକିଜ୍ ଠାରୁ ଅନ୍ୟ ରାସ୍ତାରେ ଯିବେ | ଏଜି ଛକ ଆଡୁ ଆସୁଥିବା ଗାଡି ସୂଚନା ଭବନ ପର୍ଯ୍ୟନ୍ତ ଆସିପାରିବ | ପିଏମଜି ଛକର ବ୍ୟବସ୍ଥା ପୂର୍ବ ପରି ରହିଛି | ଜରୁରୀକାଳୀନ ସେବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ବିଧାନସଭା ସମ୍ମୁଖ ରାସ୍ତାରେ ଯାଇପାରିବେ ବୋଲି ସୂଚନା ମିଳିଛି |












Click it and Unblock the Notifications